ଭାରତ-ଇଂଲଣ୍ଡ ମ୍ୟାଚକୁ ନେଇ ଅମିରଙ୍କ ଭବିଷ୍ୟବାଣୀ, ଫାଇନାଲ ଖେଳିବନି ଟିମ୍ ଇଣ୍ଡିଆ

NEWS7
more-loan-for-your-gold-rbi-revised-loan-guide

ମୁମ୍ବାଇ, ୦୩ /୦୩: ଜିତିଛି ଭାରତ । ସହିପାରୁନି ପାକିସ୍ତାନ । ନକ୍ ଆଉଟ୍ ମୁକାବିଲାରେ ଭାରତର ବିଜୟ ପରେ ପାକିସ୍ତାନର ପୂର୍ବତନ ଖେଳାଳି ଏହାକୁ ଗ୍ରହଣ କରିପାରି ନାହାଁନ୍ତି । ଭାରତ ସେମିରେ ପ୍ରବେଶ କରିଛି । କିନ୍ତୁ ଫାଇନାଲ ଖେଳିବନି କିମ୍ବା ଜିତିପାରିବନି ବୋଲି ଭବିଷ୍ୟବାଣୀ କରିଛନ୍ତି ପୂର୍ବତନ ପାକ୍ ବୋଲର ମହମ୍ମଦ ଅମିର୍ ।

ପୂର୍ବରୁ ମହମ୍ମଦ ଅମିର କହିଥିଲେ ଯେ, ଭାରତୀୟ ଦଳ ଭଲ ଫର୍ମରେ ନାହିଁ । ଦଳ ସୁପର ୮ରେ ପହଁଚିଲେ ବି ସେମି ପାଇନାଲ ଖେଳିବନି । ଭାରତକୁ ଦକ୍ଷିଣ ଆଫ୍ରିକା ଏବଂ ଓ୍ୱେଷ୍ଟ୍ ଇଣ୍ଡିଜ ହରାଇଦେବେ । ତେବେ ଇଣ୍ଡିଜକୁ ହରାଇବାରେ ପରେ ଅମିରଙ୍କ ଭବିଷ୍ୟବାଣୀ ଭୁଲ ହୋଇଛି । ଏହା ସତ୍ତ୍ୱେ ସେ ଆଉ ଏକ ଭବିଷ୍ୟବାଣୀ କରିଛନ୍ତି ।

ଏହି ଖବରଟି ପଢନ୍ତୁ... ରୋହିତ କାନ୍ଧରେ ହାତ ରଖି କରିଥିଲେ ଭବିଷ୍ୟବାଣୀ, ବାସ୍ତବତାର ରୂପ ନେଲା ସଞ୍ଜୁଙ୍କ ଇନିଂସ

ଅମିର୍ କହିଛନ୍ତି ଯେ, ଭାରତରେ ସେମିରେ ପ୍ରବେଶ କରିଛି । ପୂର୍ବରୁ ସେ ଆନାଲିସିସ୍ କରିଥିଲେ । ଭାରତ ସେମି ଯାଇପାରିବନି ବୋଲି ସେ କହିଥିଲେ । କିନ୍ତୁ ସଞ୍ଜୁ ସାମସନ ଭଲ ଖେଳିଲେ । ତେଣୁ ଦଳ ସେମିରେ ଏଣ୍ଟ୍ରି କରିଛି । ଏବେବି ସୂର୍ଯ୍ୟ ସେନା ଭଲ କ୍ରିକେଟ୍ ଖେଳୁନି । ଦଳରେ ବ୍ୟଟିଂ, ବୋଲିଂ ଏବଂ ଫିଲ୍ଡିଂ ଦୁର୍ବଳ ରହିଛି । ବୁମରାଙ୍କ ବ୍ୟତୀତ ଅନ୍ୟ କୌଣସି ବୋଲର ଫର୍ମରେ ନାହାଁନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି, ଭାରତୀୟ ବ୍ୟାଟିଂ ସବୁ ମ୍ୟାଚରେ ଦୁର୍ବଳ ରହିଛି । ଆଗାମୀ ମ୍ୟାଚ୍ ଇଂଲଣ୍ଡ ସହ ରହିଛି । ଇଂଲଣ୍ଡ ଏକ ଭଲ ଟିମ୍ । ସେମାନେ ଭାରତକୁ ଫାଇନାଲରେ ପହଁଚିବାକୁ ଦେବେ ନାହିଁ । ଭାରତ ସେମି ଫାଇନାଲରୁ ବିଦା ହେବ ବୋଲି ପାକିସ୍ତାନର ଏହି ପୂର୍ବତନ ଷ୍ଟାର୍ ବୋଲର କହିଛନ୍ତି ।

ସୂଚନାଯୋଗ୍ୟ, ଭାରତ ମୁମ୍ବାଇର ଓ୍ୱାଙ୍ଖଡେ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ସେମି ଫାଇନାଲ ଖେଳିବ । ଏଠାରେ ସୂର୍ଯ୍ୟସେନାର ଅସଲ ପରୀକ୍ଷା ହେବ । ଅମିରଙ୍କ କଥାରେ କେତେ ସତ୍ୟତା ରହିଛି ତାହା ଏଠାରେ ପ୍ରମାଣିତ ହେବ ।