ସମୁଦ୍ରରେ ଚାଲିଥିଲା ତେଲ ଚୋରା ଚାଲାଣ : ଇରାନର ତିନୋଟି ଜାହାଜକୁ ଜବତ କଲା ଭାରତ !

NEWS7
more-c-section-deliveries-in-private-hospitals-than-in-government-ones

ମୁମ୍ବାଇ, ୧୭/୦୨ : ସମୁଦ୍ରରେ ତୈଳ ଜାହାଜ ଜବତ । ଭାରତ ଅନ୍ତରାଷ୍ଟ୍ରୀୟ ସାମୁଦ୍ରିକ ଅଞ୍ଚଳରେ ବଡ ତେଲ ଚୋରା ଚାଲାଣର ପର୍ଦ୍ଦାଫାସ କରିଛି । ଭାରତୀୟ ତଟରକ୍ଷା ବାହିନୀ ତିନୋଟି ସନ୍ଦିଗ୍ଧ ଜାହାଜକୁ ଜବତ କରିଛି । ଗତ ଫେବ୍ରୁଆରୀ ୫ ଏବଂ ତାରିଖରେ ହୋଇଥିବା ଅପରେସନରେ ଏହିସବୁ ଜାହାଜକୁ ଜବତ କରାଯାଇଛି । ତେବେ ଜବତ ଜାହାଜ ଇରାନର ବୋଲି କୁହାଯାଉଛି । ଅନ୍ୟ ଦିଗରେ ଏସବୁରେ ଇରାନର କୌଣସି ସମ୍ପର୍କ ନଥିବା ତେହରାନ ପ୍ରକାଶ କରିଛି ।

ଭାରତୀୟ କୋଷ୍ଟ ଗାର୍ଡର କହିବାନୁସାରେ, ଯୁଦ୍ଧ ପ୍ରଭାବିତ ଅଞ୍ଚଳରୁ ଶସ୍ତା ତେଲ ନେଇ ଅନେକ ଜାହାଜ ବିଭିନ୍ନ ଦେଶକୁ ଗସ୍ତ କରୁଛନ୍ତି । ଏହା ତେଲ ଚୋରାଚାଲାଣକୁ ପ୍ରୋତ୍ସାହିତ କରୁଛି । ଏହାଦ୍ୱାରା କଷ୍ଟମ ଶୁଳ୍କ ପଡିବ ନାହିଁ । ସମୁଦ୍ରର ନିୟମକୁ ମଧ୍ୟ ଫାଙ୍କି ହେବ । ଗତ ୬ ତାରିଖରେ ସୁରକ୍ଷାକର୍ମୀଙ୍କୁ କିଛି ସନ୍ଦିଗ୍ଧ ଜାହାଜ ଆସୁଥିବା ସଙ୍କେତ ମିଳିଥିଲା । ସେମାନଙ୍କୁ ଭାରତର ଜଳସୀମା ନିକଟରେ ଠାବ କରାଯାଇ ଜବତ କରାଯାଇଛି ।

ଏହି ଖବରଟି ପଢନ୍ତୁ... ପାକିସ୍ତାନ ପାଇଁ ସବୁଠୁ ଖରାପ ସମୟ...ପରାଜୟ ପରେ ବିବାଦରେ ନକଭି : ହଟାଇବାକୁ ଦାବି କଲେ ପୂର୍ବତନ କ୍ରିକେଟର

ତିନୋଟି ଜାହାଜକୁ ମୁମ୍ବାଇରୁ ପ୍ରାୟ ୧୦୦ କିଲୋମିଟର ନୌଟିକାଲ ମାଇଲ୍ସ ଦୂରରେ ଅଟକ ରଖାଯାଇଛି । ଏହି ସବୁ ଜାହାଜରୁ ତେଲ ଅନ୍ୟ ଜାହାଜକୁ ପଠାଯାଉଥିଲା । ବିଭିନ୍ନ ଟେକନୋଲୋଜି ଦ୍ୱାରା କିଛି ଜାହାଜ ଏକାଠି ହୋଇଥିବା ଖବର ଆସିଥିଲା । ଏହାପରେ ଚଢଉ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ତଟରକ୍ଷୀ ବାହିନୀ ପ୍ରକାଶ କରିଛି ।

ଆହୁରି ମଧ୍ୟ ଜଣାପଡିଛି ଯେ, ଜାହାଜରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ କରାଯାଇଛି । ଏହାସହ ଚାଳକ ଦଳଙ୍କୁ ପଚରାଉଚରା କରାଯାଉଛି । ପ୍ରାରମ୍ଭିକ ତଦନ୍ତରୁ ଏହି କାରବାର ବିଭିନ୍ନ ଦେଶ ଦ୍ୱାରା ସଞ୍ଚାଳିତ ହେଉଥିବା ଜଣାପଡିଛି । ଏହାଦ୍ୱାରା ଶସ୍ତା ତେଲକୁ ସମୁଦ୍ର ମାଧ୍ୟମରେ ଅନ୍ୟ ଜାହାଜକୁ ଟ୍ରାନ୍ସଫର୍ କରାଯାଏ । ଯାହା ଦ୍ୱାରା ଲୋକେ ଏହାର ଉତ୍ସ ବାବଦରେ ଜାଣି ପାରନ୍ତି ନାହିଁ ।

ତଦନ୍ତ ମଧ୍ୟରେ ତଟରକ୍ଷା ଅଧିକାରୀ କହିଛନ୍ତି ଯେ, ଜାହାଜରେ ବାରମ୍ବାର ପତାକା ବଦଳା ଯାଉଥିଲା । ଏହାଦ୍ୱାରା ପରିଚୟକୁ ଗୋପନ ରଖା ଯାଇପାରିବ । ଏହାସହ ଡିଜିଟାଲ ତଥ୍ୟରେ ପରିବର୍ତ୍ତନ ହେଉଥିଲା । ଆଗକୁ ତଦନ୍ତ ପରେ ଏହାର ଉତ୍ସ ବାବଦରେ ଜଣାପଡିବ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି ।