‘ଆମେ କେବଳ ଜଣେ ନେତାଙ୍କ ପଛରେ ରହିବୁ’: ବିଜେଡିର ପ୍ରତିଷ୍ଠା ଦିବସରେ ଦେବାଶିଷଙ୍କ ବଡ଼ ବୟାନ

NEWS7
more-c-section-deliveries-in-private-hospitals-than-in-government-ones

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ। ୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ ଜାରି ରଖିବାକୁ ଦଳ ପୁଣି ଥଣେ ସଂକଳ୍ପ ନେବ। ଚଳିତ ବର୍ଷ ସେବା, ସ୍ୱାଭିମାନ ଓ ସଂଗ୍ରାମର ବାର୍ତ୍ତା ଦେଇ ବିଜେଡି ପାଳନ କରୁଛି ୨୯ ତମ ପ୍ରତିଷ୍ଠା ଦିବସ। ଏହାକୁ ନେଇ ସାରା ରାଜ୍ୟରେ ନେତା ଓ କର୍ମୀ ବେଶ ଉତ୍ସାହିତ।

ଏହି ଅବସରରେ କଟକ ଜିଲ୍ଲା ବିଜେଡି ପାର୍ଟି ଅଫିସ ପାଳିତ ହୋଇଛି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ। ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ  ସେ ଏକ ନିଷ୍ପତ୍ତି ନେଉଛନ୍ତି ତାହା ମୁଁ ବି ଜାଣିବି, ସମସ୍ତେ ଜାଣିବେ। ଆମେ କେବଳ ଜଣେ ନେତାଙ୍କ ପଛରେ ରହିବୁ। ସେ ହେଉଛନ୍ତି କେବଳ ନବୀନ ପଟ୍ଟନାୟକ। ସମୟ ଆସିଲେ ନବୀନ ତାଙ୍କର ଉତ୍ତରାଧିକାରୀ ବାଛିବେ।

ଏହି ଅବସରରେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଲୋକଙ୍କ ସ୍ୱର ହୋଇ ବିଜୁ ଜନତା ଦଳ ସାଜିଛି ଓଡ଼ିଶାର ବଳ ସାଜିବାକୁ ଆହ୍ବାନ ଦେଇଛନ୍ତି । ଓଡ଼ିଶାର ବିକାଶରେ ବିଜୁ ଜନତା ଦଳ ସର୍ବଦା ଅଟଳ । ବିଜୁ ବାବୁଙ୍କ ଆଦର୍ଶ ଓ ଲକ୍ଷ ଲକ୍ଷ କର୍ମୀଙ୍କ ସମର୍ପଣରେ ବିଜୁ ଜନତା ଦଳ ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇଛି । ଦଳର ଗୌରବମୟ ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତେ ସେବା, ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ରରେ ସଂକଳ୍ପବଦ୍ଧ ହୋଇ ଆଗକୁ ବଢ଼ିବାକୁ ଆହ୍ବାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।