ସେବାଶ୍ରମ ହାଇସ୍କୁଲ ହଷ୍ଟେଲ ଡେଇଁ ପଳାଇଲେ ଛାତ୍ର, ସୁରକ୍ଷା ନେଇ ଉଠିଲା ପ୍ରଶ୍ନ ?

NEWS7
moosewala-massacre-gangster-bishnoi-will-go-to-punjab-in-bulletproof-car-videography-will-be-done-all-the-way

ପାଟଣାଗଡ଼ ୧୬/୦୨: ସେବାଶ୍ରମ ହାଇସ୍କୁଲ ହଷ୍ଟେଲ ଡେଇଁ ଫେରାର୍ ମାରିଲେ । ଖବର ପ୍ରଚାର ହେବା ପରେ ବଲାଙ୍ଗୀର ସ୍ଥିତ ଜଣେ ଅବିଭାବକଙ୍କ ଘରୁ ଉଦ୍ଧାର ହେଲେ । ଏବେ ହଷ୍ଟେଲ କର୍ତ୍ତୃପକ୍ଷ ସେମାନଙ୍କୁ ସେବାଶ୍ରମ ଫେରାଇ ଆଣିଛନ୍ତି । ତେବେ ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖାସ୍ କରି ସୁରକ୍ଷା ବ୍ୟବସ୍ଥା କେମିତି ବୋଲି ଲୋକେ କହୁଛନ୍ତି ।

ହଷ୍ଟେଲରେ କଣ ସୁରକ୍ଷା ବ୍ୟବସ୍ଥା ଠିକ୍ ନାହିଁ। ଏହା ଉପରେ ଉଚ୍ଚ କର୍ତ୍ତୃପକ୍ଷ ଧ୍ୟାନ ଦେବା ନିହାତି ଜରୁରୀ ବୋଲି ଦାବି ହେଉଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ବଣାଇମୁଣ୍ଡାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ସେପଟେ କେଉଁ କାରଣରୁ ୭ ଛାତ୍ର ହଷ୍ଟେଲ ଛାଡି ଚାଲି ଯାଇଥିଲେ ତାର କାରଣ ଜାଣିବା ପାଇଁ ବଣାଇମୁଣ୍ଡା ସେବାଶ୍ରମ ହାଇସ୍କୁଲରେ ପହଞ୍ଚି ପ୍ରଧାନ ଶିକ୍ଷୟିତ୍ରୀ ଓ ଛାତ୍ରଙ୍କ ସହିତ ଆଲୋଚନା କରିଛନ୍ତି ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ପାଟଣାଗଡ଼ ଶାଖାର ସଦସ୍ୟ ।

ଖାଲି ଆଲୋଚନା କରିନଥିଲେ ତ ହଷ୍ଟେଲ ବୁଲି ଅନ୍ୟ ଛାତ୍ରଙ୍କ ଶହ ଆଲୋଚନା ବି କରିଥିଲେ ।ଗତ କିଛି ଦିନ ତଳେ ହଷ୍ଟେଲ ପାଚେରୀ ଡେଇଁ ୭ ଜଣ ଛାତ୍ର ପାଟଣାଗଡରୁ ବଲାଙ୍ଗୀର ଫେରାର୍ ହୋଇଥିଲେ । ଏନେଇ ଖବର ପ୍ରଚାର ହୋଇଥିଲା । ପରେ ଜଣାପଡିଥିଲା କି, ସେମାନେ ଜଣେ ଅଭିଭାବକଙ୍କ ଘରେ ଅଛନ୍ତି ।

also read..

ରାତିରେ ହୋଟେଲ୍‌ ବନ୍ଦ କରି ଶୋଇଥିଲେ, ସକାଳୁ ମିଳିଲା ମାଲିକଙ୍କ ମୃତଦେହ