ସୁବର୍ଣ୍ଣପୁର: ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରଥମ ଥର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଉ ଏହି ଗସ୍ତ ସମୟରେ ସୁବର୍ଣ୍ଣପୁରରେ ୩୨୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟରେ ୫୬ ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ l
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସୁବର୍ଣ୍ଣପୂର ମାଟିର ଗୌରବ ସନ୍ଥ କବି ଭୀମ ଭୋଇ ଜଣେ ଅନନ୍ୟ ପ୍ରତିଭା l ସୁବର୍ଣ୍ଣପୁର ସହରର ମା ମେଟାକାନି, ପାପକ୍ଷୟ ଘାଟ,ପାତଳୀ ଶ୍ରୀକ୍ଷେତ୍ର, ସୁବର୍ଣ୍ଣମେରୁ,ରାମେଶ୍ବର ଉପରେ ରହିଥିବ ଗୁଣ ଗାଇଥିଲେ l ଯେହେତୁ ଆମ ସରକାର ଲୋକଙ୍କ ସରକାର ତେଣୁ କୃଷି ଓ କୃଷକର ବିକାଶ,ମହିଳା ସଶକ୍ତିକରଣ ଉପରେ ଆମ ସରକାର ଲୋକଙ୍କ ସେବାରେ ନିୟୋଜିତ ସବୁବେଳେ ରହିଥିବା କହିଥିଲେ l
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଜିଲ୍ଲାରେ ବହୁ ବିକାଶ ମୂଳକ କାର୍ଯ୍ୟ ହୋଇଛି ଏବଂ ଆଗକୁ ମଧ୍ୟ ହେବାର ଅଛି ଏବଂ ଜିଲ୍ଲାରେ ଆୟୁଷ୍ମାନ ଯୋଜନା ଠାରୁ ଆରମ୍ଭ କରି ସୁଭଦ୍ରା ଯୋଜନା, ଆବାସ ସର୍ଭେ ସରିଛି ଏବଂ ଯଥାଶୀଘ୍ର ଲୋକଙ୍କୁ ଘର ମଧ୍ୟ ଯୋଗାଇ ଦିଆଯିବ । ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ଏବଂ ପର୍ଯ୍ୟଟନର ବିକାଶ କରାଯିବାର ଆବଶ୍ୟକତା ରହିଛି। ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାକୁ ଏକ ନମ୍ବର ଜିଲ୍ଲା ଭାବେ ପରିଗଣିତ କରାଯିବା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ସମସ୍ତ ସରକାରୀ ଅଧିକାରୀ ସାମଗ୍ରିକ ଭାବେ ଏକ ହୋଇ କାର୍ଯ୍ୟ କଲେ ଏହି ଜିଲ୍ଲାର ବିକାଶ ହୋଇପାରିବ ବୋଲି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।