ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆର ବଢିଲା ଟେନସନ, ଆଉଟ୍ ଅପ୍ ଫର୍ମ ହେଲେ ଷ୍ଟାର ବୋଲର

Published By : Prameya-News7 Bureau | April 13, 2024 IST

ମୁମ୍ୱାଇ ୧୩/୦୪: ଚାଲିଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୭ ତମ ସିଜନ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ପ୍ରଦର୍ଶନ ଅତ୍ୟନ୍ତ ଖରାପ ହୋଇଛି । ଫାଫ୍ ଡୁ ପ୍ଲେସିସ୍‌ଙ୍କ ନେତୃତ୍ୱରେ ଏହି ଦଳ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍ ମଧ୍ୟରୁ ପାଞ୍ଚଟି ହାରିଛି । ଚଳିତ ସିଜନରେ ପଞ୍ଜାବ କିଙ୍ଗସ (ପିବିକେଏସ୍) ବିପକ୍ଷ ମ୍ୟାଚରେ ଆରସିବି ଏହାର ଏକମାତ୍ର ବିଜୟ ହାସଲ କରିଛି । 

ଯେଉଁଠାରେ ବିରାଟ କୋହଲିଙ୍କ ବ୍ୟତୀତ ବ୍ୟାଟିଂ ୟୁନିଟରେ ଅନ୍ୟ ଖେଳାଳିଙ୍କ ପ୍ରଦର୍ଶନ ହାରାହାରି ହୋଇଛି । ତେବେ ପୂରା ଫ୍ଲଫ୍ ମାରିଛି ଆରସିବିର ବୋଲିଂ ୟୁନିଟ୍ । ଖାସ୍ କରି ମହମ୍ମଦ ସିରାଜଙ୍କ ବୋଲିଂ ପୁରା ଖରାପ୍ ରହିଛି । କାରଣ ଆରସିବିର ବୋଲିଂ ୟୁନିଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଦ୍ରୁତ ବୋଲର ମହମ୍ମଦ ସିରାଜ । 

କିନ୍ତୁ ସେ ଏପର୍ଯ୍ୟନ୍ତ ବୋଲିଂ କରିଥିବା ବୋଲି କେହି କଳ୍ପନା କରି ନଥିବେ । ଯାହା ଲାଗୁଛି ୩୦ ବର୍ଷିୟ ମହମ୍ମଦ ସିରାଜ ଆଇପିଏଲ୍ ମ୍ୟାଚ୍ ସମୟରେ କ୍ଳାନ୍ତ ଦେଖାଯାଉଛନ୍ତି । ଏହା ପଛର କାରଣ ହେଉଛି କ୍ରମାଗତ କ୍ରିକେଟ୍ ଖେଳିବା । ସିରାଜ ଗତ ୧୨ମାସ ଧରି ନନ୍-ଷ୍ଟପ୍ ଖେଳୁଛନ୍ତି । ତେଣୁ ତାଙ୍କର ପ୍ରଦର୍ଶନ ପ୍ରଭାବିତ ହୋଇଛି । 

ସିରାଜ ଚାମ୍ପିୟନ ବୋଲର ଭାବରେ କାର୍ଯ୍ୟ କରିଛନ୍ତି ଏବଂ ଆରସିବି ପାଇଁ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ବର୍ତ୍ତମାନ ଲାଗୁଛି ଯେ ସିରାଜ କେବଳ ମାନସିକ ନୁହେଁ ଶାରୀରିକ ସ୍ତରରେ ମଧ୍ୟ କିଛି ବିଶ୍ରାମ ଆବଶ୍ୟକ କରନ୍ତି କାରଣ ସେ ବହୁତ କ୍ରିକେଟ୍ ଖେଳୁଛନ୍ତି । ଆଇପିଏଲ୍ ପୂର୍ବରୁ ମହମ୍ମଦ ସିରାଜ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆର ଏକ ଅଂଶ ଥିଲେ ଯେଉଁଠାରେ ସେ ଚାରିଟି ମ୍ୟାଚ୍ ଖେଳିଥିଲେ। 

ଇଂଲଣ୍ଡ ସିରିଜ୍ ପୂର୍ବରୁ ସେ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଦଳର ଏକ ଅଂଶ ଥିଲେ । ଏହାପୂର୍ବରୁ ସିରାଜ ଭାରତୀୟ ଦଳକୁ ODI ବିଶ୍ୱକପ ଏବଂ ଏସିଆ କପରେ ପ୍ରତିନିଧିତ୍ୱ କରିଥିଲେ । ଆଗାମୀ ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ସିରାଜଙ୍କ ଫର୍ମ ଭାରତୀୟ ଦଳ ପରିଚାଳନା ପାଇଁ ଚିନ୍ତାର କାରଣ ପାଲଟିଛି । ମହମ୍ମଦ ଶାମି ଏବଂ ପ୍ରସାଦ କିଷ୍ଣଙ୍କ ପରି ଷ୍ଟାର ଫାଷ୍ଟ ବୋଲରମାନେ ଆହତ ହୋଇଛନ୍ତି । ତେଣୁ ଟି-୨୦ ବିଶ୍ୱକପରେ ସିରାଜ ଭାରତୀୟ ଦଳର ଅଂଶ ହେବାର ସମସ୍ତ ସମ୍ଭାବନା ରହିଛି । 

ସିରାଜଙ୍କ ବ୍ୟତୀତ ଜସପ୍ରୀତ ବୁମ୍ରା ଏବଂ ଅର୍ଶଦୀପ ସିଂ ମଧ୍ୟ ଦ୍ରୁତ ବୋଲିଂ ୟୁନିଟରେ ରହିବାର ଏକ ସମ୍ଭାବନା ରହିଛି । ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଜୁନ୍ ୨ ରୁ ଜୁନ୍ ୨୯ ପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ୍ ଖେଳାଯିବ । ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଚୟନକର୍ତ୍ତାଙ୍କ ବୈଠକ ଏହି ମାସର ଶେଷ ତାରିଖ ଅର୍ଥାତ୍ ୩୦ ଏପ୍ରିଲ୍ କିମ୍ବା ମେ ପ୍ରଥମ ଦିନରେ ଅନୁଷ୍ଠିତ ହୋଇପାରେ । 




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.