LIVE TV

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଝଟକା : ଅଭ୍ୟାସ ମ୍ୟାଚରେ ପନ୍ତ ରିଟାୟର ହର୍ଟ

NEWS7
mohammed-shami-might-not-travel-to-australia-for-border-gavaskar-trophy

ନୂଆଦିଲ୍ଲୀ, ୦୮|୧୧  :  ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ଲାଗିପାରେ ବଡ ଝଟକା । କାରଣ ଆହତ ହୋଇ ଏକ ପ୍ରାକ୍ଟିସ୍ ମ୍ୟାଚରେ ରିଟାୟର ହଟ୍ ହୋଇଛନ୍ତି ପନ୍ତ । ଯାହାକୁ ନେଇ ବିସିସିଆଇର ଚିନ୍ତା ବଢିଯାଇଛି । ଦକ୍ଷିଣ ଆଫ୍ରିକା-ଏ ବିପକ୍ଷ ଏକ ମ୍ୟାଚରେ ଏହି ଘଟଣା ସାମ୍ନାକୁ ଆସିଛି ।

ରିପୋର୍ଟ ଅନୁସାରେ, ଟେଷ୍ଟ୍ ସିରିଜ ପୂର୍ବରୁ ଭାରତର ଅନେକ କ୍ରିକେଟର ଦକ୍ଷିଣ ଆଫ୍ରିକା-ଏ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳୁଛନ୍ତି । ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ପନ୍ତ ତିନି ଥର ଶରୀରରେ ଥକ୍କାପଣ ଅନୁଭବ କରୁଥିବା ଦେଖାଯାଇଥିଲା । ଶେଷରେ ସେ ରିଟାୟର ହର୍ଟ ହୋଇଥିଲେ । କିନ୍ତୁ ସେ କାହିଁକି ରିଟାୟର ହର୍ଟ ହେଲେ ତାହା ସ୍ପଷ୍ଟ ହୋଇ ନାହିଁ । ବିସିସିଆଇ ପକ୍ଷରୁ ମଧ୍ୟ ଏନେଇ କୌଣସି ସୂଚନା ଦିଆଯାଇନାହିଁ ।

ପନ୍ତ ରିଟାୟର ହର୍ଟ ହେବା ପରେ ଭାରତୀୟ ଦଳକୁ ସାମାନ୍ୟ ଝଟକା ଲାଗିଛି । କାରଣ ତାଙ୍କୁ ଟେଷ୍ଟ ଟିମରେ ସାମିଲ କରାଯାଇଛି । ଯାହା ଇଡେନ ଗାର୍ଡେନରେ ଆସନ୍ତା ସପ୍ତାହରୁ ଆରମ୍ଭ ହେବ । ଦୀର୍ଘଦିନ ପରେ ସେ ଟେଷ୍ଟ ଟିମକୁ ଫେରିଥିଲେ । ଏହାପୂର୍ବରୁ ଆହତ ଜନିତ ସମସ୍ୟା କାରଣରୁ ତାଙ୍କୁ ଦଳରେ ସ୍ଥାନ ମିଳୁନଥିଲା । ବିସିସିଆଇ ପୁଣି ଥରେ ସମାନ ଘଟଣା ଦେଖିବାକୁ ଚାହୁଁ ନାହିଁ ।

ଯଦି ପନ୍ତଙ୍କ ରିଟାୟର ହର୍ଟ ପଛରେ ସାଧାରଣ କାରଣ ଥିବ ଏହା ଦଳ ଉପରେ ପ୍ରଭାବ ପକାଇବ ନାହିଁ । କିନ୍ତୁ ବଡ କାରଣ ଥିଲେ ଚୟନକର୍ତ୍ତାଙ୍କ ଉପରେ ପ୍ରଶ୍ନ ଉଠିବ । ଯଦି ସେ ସମ୍ପୂର୍ଣ୍ଣ ଭାବେ ଫିଟ୍ ନାହାଁନ୍ତି ତାହାଲେ କାହିଁକି ତାଙ୍କୁ ଦଳରେ ନିଆଯାଇଛି ବୋଲି ଫ୍ୟାନ୍ ପ୍ରଶ୍ନ କରିବେ । ତେବେ ବିସିସିଆଇ ପକ୍ଷରୁ ପନ୍ତଙ୍କ ସ୍ବାସ୍ଥ୍ୟ ବାବଦରେ ଆନୁଷ୍ଠାନିକ ଘୋଷଣାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି ।