ୟୁନୂସଙ୍କ ନୂଆ ଚାଲ୍, ପାକିସ୍ତାନ ପରେ ଏହି ମୁସଲିମ୍ ଦେଶକୁ ନିଜ ସହଯୋଗୀ କରିବାକୁ ଚଳାଇଛି ଉଦ୍ୟମ

Published By : Prameya-News7 Bureau | August 10, 2025 IST

ନୂଆଦିଲ୍ଲୀ: ମୁସଲିମ୍ ଦେଶମାନଙ୍କୁ ନିଜର ସହଯୋଗୀ କରିବାକୁ ଲଗାତାର ବାଂଲାଦେଶ ଉଦ୍ୟମ ଚଳାଇଛି। ଦେଶର ମୁଖ୍ୟ ପରାମର୍ଶଦାତା ମୋହମ୍ମଦ ସଉଦୀ ୟୁଏଇ ସହ ସମ୍ପର୍କ ନିବିଡ଼ କରୁଥିବାବେଳେ, ପାକିସ୍ତାନ ସହ ମଧ୍ୟ ବାଣିଜ୍ୟିକ ଏବଂ ସୈନ୍ୟ ସହଯୋଗ ବଢ଼ାଉଛି ବାଂଲାଦେଶ। ଆଉ ଏବେ ଆଉ ଏକ ମୁସଲିମ୍ ବହୁଳ ଦେଶ ମାଲେସିଆ ଉପରେ ନଜର ପକାଇଛି ପକାଇଛି ବାଂଲାଦେଶ। ବାଂଲାଦେଶ ବିଦେଶ ମନ୍ତ୍ରଣାଳୟର ସୂଚନା ଅନୁସାରେ ମୁଖ୍ୟ ପରାମର୍ଶଦାତା ପ୍ରଫେସର ମୋହମ୍ମଦ ୟୁନୂସ ସୋମବାର କ୍ବାଲାଲମପୁର ଗସ୍ତରେ ଯିବେ। 

ଖବର ଅନୁଯାୟୀ ବାଂଲାଦେଶ ଏବଂ ମାଲେସିଆ ମଙ୍ଗଳବାର ପୁତ୍ରଜୟାରେ ଉଚ୍ଚ ସ୍ତରୀୟ ଆଲୋଚନା କରିବେ। ଯାହାର ଉଦ୍ଦେଶ୍ୟ ଦ୍ବିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ଏବଂ ବାଣିଜ୍ୟ, ନିବେଶ ସହ ଶ୍ରମ ସହଯୋଗ ସହ ଅନେକ କ୍ଷେତ୍ରରେ ସହଯୋଗ ବଢ଼ାଇବା ରହିଛି।

କୁହାଯାଇଛି ମାଲେସିଆ ପ୍ରଧାନମନ୍ତ୍ରୀ ଅନଓ୍ବର ଇବ୍ରାହିମ୍ଙ୍କ ନିମନ୍ତ୍ରଣରେ ୟୁନୂସ ଏହି ଯାତ୍ରା କରୁଛନ୍ତି। ବାଂଲାଦେଶୀ ମିଡିଆ ଅନୁଯାୟୀ ୨୦୦୬ର ନୋବେଲ ଶାନ୍ତି ପୁରସ୍କାର ବିଜେତା ୟୁନୂସଙ୍କ ସହ ଅନଓ୍ବର ଇବ୍ରାହିମଙ୍କ ଭଲ ମିତ୍ରତା ରହିଛି ଏବଂ ସେ ବାଂଲାଦେଶର ଜଣେ ବଡ଼ ସମର୍ଥକ ।

ମାଲେସିଆ ଠାରୁ କ’ଣ ଚାହୁଁଛନ୍ତି ୟୁନୁସ୍?

ବାଂଲାଦେଶ ଟ୍ରିବ୍ୟୁନ୍ର ଏକ ରିପୋର୍ଟ ଅନୁସାରେ ଏହି ଗସ୍ତ ସମୟରେ ବାଂଲାଦେଶୀ ଶ୍ରମିକଙ୍କ ସ୍ୱଚ୍ଛ ନିଯୁକ୍ତି, ଶକ୍ତି, ବାଣିଜ୍ୟ, ଉଚ୍ଚଶିକ୍ଷା, ହଲାଲ ଖାଦ୍ୟ ଉତ୍ପାଦନ, ଅର୍ଥନୀତି ଏବଂ ରୋହିଙ୍ଗ୍ୟା ସଙ୍କଟର ସମାଧାନ ଭଳି କ୍ଷେତ୍ରରେ ସହଯୋଗ ବିସ୍ତାର ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଏହି ଗସ୍ତ ସମୟରେ ଅନେକ ଏମଓୟୁ ଉପରେ ହସ୍ତାକ୍ଷର କରିବା ନେଇ ସମ୍ଭାବନା ରହିଛି।କାରଣ ଏହି ଗସ୍ତରେ ୟୁନୁସ୍ଙ୍କ ସହ ଏକ ବଡ଼ ପ୍ରତିନିଧି ଦଳ ମଧ୍ୟ ଯାଉଛନ୍ତି। ଯେଉଁଥିରୁ ଗସ୍ତ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଜଣାପଡ଼ୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.