ମିଥୁନ ରାଶି ବ୍ୟକ୍ତିଙ୍କ ପାଇଁ ଦିନରେ ଲାଭର ଉତ୍ତମ ଯୋଗ ରହିଛି, ସମାଜରେ ପ୍ରଭାବ ବୃଦ୍ଧି ପାଇବ

NEWS7
modi-stood-up-trump-moved-the-chair-from-behind

ମେଷ- ଚନ୍ଦ୍ର ରାଶିରେ ଥିବାରୁ ଏହା ଘାତ ଚନ୍ଦ୍ର। କୌଣସି ବିପଦପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ। ଗୁରୁତ୍ୱପୂର୍ଣ୍ଣ ଚୁକ୍ତିପତ୍ରରେ ସ୍ୱାକ୍ଷର କଲାବେଳେ ସାବଧାନ ରୁହନ୍ତୁ ଏବଂ ଅପରିଚିତ ବ୍ୟକ୍ତିଙ୍କ ଉପରେ ଅଧିକ ବିଶ୍ୱାସ କରନ୍ତୁ ନାହିଁ। ଯୁକ୍ତିତର୍କ କଲେ ନିଜର ସମ୍ମାନ ହାନି ହୋଇପାରେ, ତେଣୁ ନିଜ ବାଣୀ ଉପରେ ସଂଯମତା ରକ୍ଷା କରନ୍ତୁ।

ବୃଷ- ଅଯଥା ଖର୍ଚ୍ଚ ବଢ଼ିବା ସହ ମାନସିକ ଦୁଶ୍ଚିନ୍ତା ଯୋଗୁ ନିଦ୍ରାରେ ବ୍ୟାଘାତ ଆସିପାରେ। ବାହାର ଲୋକଙ୍କ କଥାରେ ପଡ଼ି ଘରୋଇ କଳି କରନ୍ତୁ ନାହିଁ କିମ୍ବା କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ। ଶରୀରରେ କ୍ଲାନ୍ତି ଅନୁଭବ କରିପାରନ୍ତି, ତେଣୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମିଥୁନ- ଲାଭର ଉତ୍ତମ ଯୋଗ ରହିଛି ଏବଂ ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତି ହେବ। ବ୍ୟବସାୟରେ ନୂତନ ଗ୍ରାହକ ଯୋଡ଼ି ହେବେ ଏବଂ ପରିବାରର କୌଣସି ସଦସ୍ୟଙ୍କ ପାଇଁ ଶୁଭ ଖବର ମିଳିପାରେ। ସମାଜରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ ଏବଂ ମନ ପ୍ରଫୁଲ୍ଲ ରହିବ।

କର୍କଟ- କର୍ମକ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ ଏବଂ କିଛି ନୂଆ ଦାୟିତ୍ୱ ନେବାର ସୁଯୋଗ ପାଇବେ। ପିତାଙ୍କ ସ୍ୱାସ୍ଥ୍ୟ ଓ ସହଯୋଗ ଆପଣଙ୍କ ପାଇଁ ସହାୟକ ହେବ ଏବଂ କୌଣସି ସରକାରୀ କାର୍ଯ୍ୟରୁ ଲାଭ ମିଳିବ। ନୂତନ ନିଯୁକ୍ତିର ସୂଚନା ମିଳିପାରେ।

ସିଂହ- ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ ଏବଂ ଧାର୍ମିକ କାର୍ଯ୍ୟରେ ଅଧିକ ରୁଚି ବଢ଼ିବ। ଦୂର ଯାତ୍ରା ସମୟରେ ମୂଲ୍ୟବାନ ସାମଗ୍ରୀର ଯତ୍ନ ନିଅନ୍ତୁ ଏବଂ ବିଦେଶରୁ କୌଣସି ଲାଭଦାୟକ ପ୍ରସ୍ତାବ ଆସିପାରେ। ପୁରୁଣା ସମସ୍ୟାର ସମାଧାନ ହୋଇ ମନ ଶାନ୍ତ ରହିବ।

କନ୍ୟା- ଅଷ୍ଟମ ଚନ୍ଦ୍ର ହେତୁ ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ ଏବଂ ମାନସିକ ଚାପ ଯୋଗୁ ରକ୍ତଚାପ ବୃଦ୍ଧି ହୋଇପାରେ। ରାସ୍ତାରେ ଚାଲିଲାବେଳେ ଏବଂ ଅଗ୍ନି ବ୍ୟବହାର ବେଳେ ବିଶେଷ ସତର୍କ ରୁହନ୍ତୁ। କୌଣସି ନୂତନ ବିନିଯୋଗକୁ ସ୍ଥଗିତ ରଖନ୍ତୁ।ଭଗବାନ ଶିବଙ୍କୁ ସ୍ମରଣ କରନ୍ତୁ।

ତୁଳା- ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏବଂ ଜୀବନସାଥୀଙ୍କ ପାଇଁ କିଛି ଉପହାର କ୍ରୟ କରିପାରନ୍ତି। ନୂତନ ବ୍ୟବସାୟିକ ଯୋଜନା ପ୍ରସ୍ତୁତ କରିବା ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ଏବଂ ପୂର୍ବରୁ ଚାଲିଥିବା ବିବାଦର ଅନ୍ତ ଘଟିବ। ମନ ଉତ୍ସାହିତ ରହିବା ସହ ଶୁଭ ଫଳ ପ୍ରାପ୍ତି ହେବ।

ବିଛା- ଆତ୍ମବିଶ୍ୱାସ ବଢ଼ିବ ଏବଂ ଅଟକି ରହିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ଅଛି। ନିଜର କର୍ତ୍ତବ୍ୟ ପରାୟଣତା ଯୋଗୁ ଶତ୍ରୁମାନେ ନିରବ ରହିବେ ଏବଂ କର୍ମକ୍ଷେତ୍ରରେ ପରିବେଶ ଆପଣଙ୍କ ସପକ୍ଷରେ ରହିବ। ରୋଗରୁ ମୁକ୍ତି ମିଳିବା ସହ ଶରୀର ସୁସ୍ଥ ରହିବ।

ଧନୁ- ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ଭଲ ପ୍ରଦର୍ଶନ କରିବେ ଏବଂ କଳା ଓ ସାହିତ୍ୟ କ୍ଷେତ୍ରରେ ନୂତନ ସଫଳତା ମିଳିବ। ପ୍ରେମ ସମ୍ପର୍କରେ ଥିବା ଭୁଲ ବୁଝାମଣା ଦୂର ହୋଇପାରେ ଏବଂ ମାନସିକ ଶାନ୍ତି ଫେରିଆସିବ। ସନ୍ତାନଙ୍କ କାର୍ଯ୍ୟରେ ଆପଣ ଗର୍ବିତ ହେବେ।

ମକର- ମଙ୍ଗଳବାର ଘାତ ବାର ହୋଇଥିବାରୁ କୌଣସି ବଡ଼ ରିସ୍କ ନିଅନ୍ତୁ ନାହିଁ। ଘର ପାଇଁ ନୂତନ ସାଜସଜ୍ଜା ସାମଗ୍ରୀ କ୍ରୟ କରିପାରନ୍ତି। କିନ୍ତୁ ରାଜନୈତିକ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମାଲୋଚନାର ଶିକାର ହୋଇପାରନ୍ତି। ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଶାନ୍ତ ରୁହନ୍ତୁ।

କୁମ୍ଭ- ବଡ଼ ଭାଇ କିମ୍ବା ପଡ଼ୋଶୀଙ୍କ ସହ ସମ୍ପର୍କରେ ସୁଧାର ଆସିବ ଏବଂ ନୂତନ ବନ୍ଧୁତା ସ୍ଥାପନ ହେବାର ଯୋଗ ରହିଛି। ସଫଳତା ପାଇବେ ଏବଂ ଆର୍ଥିକ ସ୍ଥିତି ମଜଭୁତ ହେବ। ମନ ପ୍ରଫୁଲ୍ଲ ରହିବ ଓ ଯାତ୍ରା ସଫଳ ହେବ।

ମୀନ- କୁଟୁମ୍ବ ମଧ୍ୟରେ ଧନକୁ ନେଇ ଚାଲିଥିବା ମନୋମାଳିନ୍ୟ ଦୂର ହେବ ଏବଂ ଆପଣଙ୍କର ସାମାଜିକ ଦକ୍ଷତା ନୂଆ ପରିଚୟ ଦେବ। ଆୟର ନୂଆ ପନ୍ଥା ଫିଟିବ ଏବଂ ମୂଲ୍ୟବାନ ଆଭୂଷଣ କ୍ରୟ କରିବାର ସୁଯୋଗ ପାଇବେ। ମଧୁର ବାଣୀ ପ୍ରୟୋଗ କରି ସମସ୍ତଙ୍କୁ ନିଜର କରିବେ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682