ଟ୍ରମ୍ପଙ୍କ ସବୁଠୁ ବଡ଼ ଶତ୍ରୁ ସହ ହାତ ମିଳାଇଲେ ମୋଦି, ଦେଖନ୍ତୁ ଏବେ ହେଉଛି କ’ଣ?

Published By : Prameya-News7 Bureau | July 07, 2025 IST

ନୂଆଦିଲ୍ଲୀ ୭।୭: ବ୍ରାଜିଲରେ ଅନୁଷ୍ଠିତ ହେଉଥିବା ବ୍ରିକ୍ସ ସମ୍ମିଳନୀରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶକ୍ତିକୁ ଦେଖି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକା ବିଚଳିତ ହୋଇପଡିଛି। ବ୍ରିକ୍ସ ସମ୍ମିଳନୀ କାଳରେ ମୋଦି ଏପରି ଏକ ଖେଳ ଖେଳିଛନ୍ତି ଯାହାକୁ ଆମେରିକା ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଭୁଲି ପାରିବନି। ପ୍ରଧାନମନ୍ତ୍ରୀ ମୋଦିଙ୍କ ମିଟିଂ ଫଟୋ ଏବେ ଆମେରିକାକୁ ଆଶ୍ଚର୍ଯ୍ୟ କରୁଛି। ବ୍ରିକ୍ସରେ ପିଏମ ମୋଦି ଯେଉଁ ବ୍ୟକ୍ତିଙ୍କ ସହ ମିଟିଂ କରିଛନ୍ତି ତାଙ୍କୁ ଆମେରିକା ଓ ଟ୍ରମ୍ପଙ୍କ ସବୁଠୁ ବଡ଼ ଶତ୍ରୁ ମନେ କରାଯାଏ। 

ମନେଥିବ ଗତମାସରେ ପାକିସ୍ତାନ ଫିଲ୍ଡମାର୍ସଲ ଅସୀମ ମୁନିରଙ୍କୁ ହ୍ୱାଇଟ୍ ହାଉସକୁ ଲଞ୍ଚ ପାଇଁ ନିମନ୍ତ୍ରଣ କରାଯାଇଥିଲା। ପାକିସ୍ତାନ ସେନାମୁଖ୍ୟଙ୍କୁ ମଧ୍ୟହ୍ନ ଭୋଜନ ପାଇଁ ଡାକି ଟ୍ରମ୍ପ ଭାବିଥିଲେ ସେ ଏକ ବଡ଼ କୂଟନୈତିକ ଚାଲ ଚଳେଇଦେଇଛନ୍ତି। ହେଲେ ଏବେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ପାଦ ତଳୁ ମାଟି ଖସେଇଦେବା ଭଳି କାମ କରିଛନ୍ତି। ବ୍ରିକ୍ସ ସମ୍ମିଳନୀ କାଳରେ ମୋଦି କ୍ୟୁବା ରାଷ୍ଟ୍ରପତି ମିଗୁଏଲ ଡିୟାଜ କ୍ୟାନେଲ ବରମୁଡେଜଙ୍କ ସହ ବୈଠକ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କ୍ୟୁବା ସେହି ଦେଶ ଯାହାକୁ ଆମେରିକା ନିଜର ସବୁଠୁ ବଡ଼ ଶତ୍ରୁ ମନେକରେ। 

କ୍ୟୁବା ବିରୋଧରେ ଆମେରିକା କଡ଼ା ଟ୍ରାଭେଲ ବ୍ୟାନ ଲଗାଇ ରଖିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ଯଦି ସେପରି କୌଣସି ଜରୁରି କାମ ନଥାଏ ଆମେରିକୀୟ କ୍ୟୁବା ଯାଆନ୍ତି ନାହିଁ। କ୍ୟୁବାରେ ଆମେରିକୀୟ କମ୍ପାନୀ ନା କୌଣସି ବ୍ୟବସାୟ କରନ୍ତି ନା କୌଣସି ସାମଗ୍ରୀ ବିକ୍ରି କରିପାରନ୍ତି। ସେହି କ୍ୟୁବା ସହିତ ବସି ପ୍ରଧାନମନ୍ତ୍ରୀ ମୋଦି ବଡ଼ ଘୋଷଣା କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି କ୍ୟୁବା ଏକ କ୍ଷୁଦ୍ର ଦେଶ ଓ ଆମେରିକା ଠାରୁ ମାତ୍ର ୯୦ ମାଇଲ ଦୂରରେ ଅବସ୍ଥିତ ହେଲେ ଆମେରିକାକୁ ନାକରେ ପାଣି ପିଆଉଛି। ସାରା ବିଶ୍ୱକୁ ଆମେରିକା ଡରାଉଛି ହେଲେ କ୍ୟୁବାକୁ ଡରିକି ରହୁଛି। 

ପ୍ରଧାନମନ୍ତ୍ରୀ ମୋଦି ଓ କ୍ୟୁବା ରାଷ୍ଟ୍ରପତି  ରବିବାର ସପ୍ତଦଶ ବ୍ରିକ୍ସ ସମ୍ମିଳନୀ ଅବ୍ୟବହତୀରେ ଏକ ବୈଠକରେ ଏକତ୍ର ହୋଇଥିଲେ। ଏହି ବୈଠକରେ ଉଭୟ ନେତା ସ୍ୱାସ୍ଥ୍ୟ, ମହାମାରୀ ଓ ଜଳବାୟୁ ପରିବର୍ତ୍ତନ ସମେତ ସେହିସବୁ ପ୍ରସଙ୍ଗରେ କାମ କରିବାକୁ ସହମତ ହୋଇଛନ୍ତି ଯାହା ଗ୍ଲୋବାଲ ସାଉଥ୍ ପାଇଁ ଚିନ୍ତାର ବିଷୟ। ଏଥିରେ କୁହାଯାଇଛି ଯେ ସେମାନେ ବହୁପକ୍ଷୀୟ କ୍ଷେତ୍ରରେ ଦୁଇ ଦେଶଙ୍କ ସହଯୋଗର ଉଚ୍ଚ ପ୍ରଶଂସା କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.