ନୂଆଦିଲ୍ଲୀ/ ଭୁବନେଶ୍ୱର ୦୬।୦୫ : ପହଲଗାମ୍ ଆକ୍ରମଣ ଘଟଣା । ଫୁଲ୍ ଆକ୍ସନରେ କେନ୍ଦ୍ର ସରକାର । ସୋମବାର ବସିଥିବା ଗୃହ ମନ୍ତ୍ରାଳୟର ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି ।ଯେଉଁଥିରେ ବିଭିନ୍ନ ରାଜ୍ୟର ବିଭିନ୍ନ ସ୍ଥାନରେ ମକ୍ଡ୍ରିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । ଚୟନ ହୋଇଥିବା ସ୍ଥାନ ମଧ୍ୟରେ ଓଡ଼ିଶାର ୧୨ଟି ଜାଗା ରହିଛି । ଯେଉଁଠାରେ ମକ୍ଡ୍ରିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ, ୨୦୨୫ ମେ ୭ ତାରିଖରେ ନାଗରିକଙ୍କ ସୁରକ୍ଷା ପାଇଁ ମକ୍ଡ୍ରିଲ୍ କରାଯିବ । କୌଣସି ଜରୁରୀ ପରିସ୍ଥିତିରେ କିପରି ଲୋକଙ୍କ ସୁରକ୍ଷା କରାଯାଇପାରିବ ।ସେନେଇ ମକ୍ଡ୍ରିଲ୍ କରାଯିବ । ତେବେ ଓଡ଼ିଶାରେ ମକ୍ଡ୍ରିଲ୍ ହେବାକୁ ଥିବା ସ୍ଥାନ ଗୁଡିକ ହେଉଛି- ତାଳଚେର, ଢେଙ୍କାନାଳ, ଜଗତସିଂହପୁର, ପାରାଦୀପ, ହୀରାକୁଦ, ଭୁବନେଶ୍ୱର, ରାଉରକେଲା, ଭଦ୍ରକ, କୋରାପୁଟ, ବାଲେଶ୍ୱର, ଗୋପାଳପୁର, କେନ୍ଦ୍ରାପଡ଼ା ରହିଛି ।