ଭୁବନେଶ୍ୱର: ପାକିସ୍ତାନ ପାଖରୁ ବଦଲା ନେବାକୁ ତୟାର ଭାରତ । ଯୁଦ୍ଧ ଆଶଙ୍କା ବଢ଼ୁଛି । ଯୁଦ୍ଧକୁ କେଉଁଭଳି ମୁକାବିଲା କରିହେବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ। ସଜାଗ ଓ ସଚେତନତା ପାଇଁ ସାତ ଦିନ ଧରି ଚାଲିବ ମକ୍ ଡ୍ରିଲ । ୧୨ଟି ସ୍ଥାନରେ ମକ୍ ଡ୍ରିଲ୍ ହେବାର ନିଷ୍ପତ୍ତି ନିଆଯାଇଛି । କେଉଁ ଅଞ୍ଚଳରେ ମକ୍ ଡ୍ରିଲର ଆବଶ୍ୟକ ତାର ନିଷ୍ପତ୍ତି ଜିଲ୍ଲା କର୍ତ୍ତୃପକ୍ଷ ନେବେ ।
ବୁଧବାର ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଲୋକଙ୍କୁ ସୁରକ୍ଷା ଦେବା ଆମର ଦାୟିତ୍ବ। ପକ୍କାଘରେ ନିଜକୁ ରଖିବା ପାଇଁ ସମସ୍ତଙ୍କୁ ନିବେଦନ କରାଯିବ। କଚ୍ଚା ଘର ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ପଦକ୍ଷେପ ନିଆ ଯିବ। ବର୍ତ୍ତମାନ ସୁଦ୍ଧା ଯୁଦ୍ଧକୁ ନେଇ କିଛି କୁହାଯାଇ ପାରୁ ନାହିଁ। ଯଦି କିଛି ହୁଏ ସେଥିପାଇଁ ନିଜକୁ ପ୍ରସ୍ତୁତ କରୁଛୁ। ଜରୁରୀ ସମୟରେ ଆଲୋକ ନିୟନ୍ତ୍ରଣ ପାଇଁ ବ୍ଲାକଆଉଟ୍ ବ୍ୟବସ୍ଥା। ମକଡ୍ରିଲ୍ ସମୟରେ ବିଦ୍ୟୁତ କାଟ କରାଯିବ। ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଓ କାରଖାନାକୁ ଶତ୍ରୁଙ୍କ ଆଖିରୁ ଲୁଚାଇବାକୁ ବ୍ୟବସ୍ଥା କରାଯିବ।
ଅନ୍ୟପଟେ ବୁଧବାର ୪ ଟାରେ ୫ ମିନିଟ୍ ଧରି ସାଇରନ ବାଜିବ। ଏହି ସମୟରେ ଡରିବାର ଆବଶ୍ୟକତା ନାହିଁ। ୫ ରୁ ୧୦ ମିନିଟ୍ ସୁରକ୍ଷିତ ସ୍ଥାନକୁ ଚାଲିଯିବେ । ଟିଭି, ରେଡିଓ ଓ ସରକାରୀ ଆଲର୍ଟ ପ୍ରତି ଧ୍ୟାନ ଦେବେ । ଘରେ ଟର୍ଚ୍ଚ ଓ ମହମବତୀ ମହଜୁଦ କରି ରଖିବେ । ଗୁଜବକୁ ଧ୍ୟାନ ନଦେଇ କେବଳ ଅଧିକାରୀଙ୍କ ସୂଚନା ଉପରେ ଭରସା କରିବେ ।