ଭୁବନେଶ୍ୱର ବିମାନ ବନ୍ଦରରେ ମକ୍‌ଡ୍ରିଲ୍, ବିମାନର ଏମର୍ଜେନ୍ସି ଲ୍ୟାଣ୍ଡିଂ ପରେ ଲୋକେ ସୁରକ୍ଷିତ ଉଦ୍ଧାର

Published By : Prameya-News7 Bureau | June 30, 2025 IST

ଭୁବନେଶ୍ୱର: ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ସୁରକ୍ଷିତ ବିମାନ ଯାତ୍ରା ଓ ଯେକୌଣସି ଦୁର୍ଘଟଣାକୁ ଏଡାଇବା ପାଇଁ ଡିଜିସିଏ ଆକ୍ସନ ମୋଡରେ ଅଛି । ଏହାରି ଭିତରେ ଭୁବନେଶ୍ୱର ବିମାନବନ୍ଦରରେ ବିମାନର ଏମର୍ଜେନ୍ସି ମକଡ୍ରିଲ୍ ହୋଇଛି । ଫୁଲସ୍କେଲ୍ ରିହାର୍ସଲ ପାଇଁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ପରେ ମକଡ୍ରିଲ୍ ହୋଇଛି । 

ସିଆଇଏସଏଫ୍, ଏନଡିଆରଏଫ୍, ଅଗ୍ନିଶମ, ପୋଲିସ, ମେଡିକାଲ ଓ ରେଡ୍‌କ୍ରସ୍, କଷ୍ଟମ୍ ବିଭାଗ ଏହି ମକଡ୍ରିଲରେ ସାମିଲ ଥିଲେ । ୨୨୦ରୁ ୨୩୦ ଲୋକଙ୍କୁ ନେଇ ଏକ ଫ୍ଲାଇଟ୍ ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଗଲା । ଅହମ୍ମଦାବାଦ ପ୍ଲେନ୍ କ୍ରାସ୍ ଭଳି ମକ୍‌ଡ୍ରିଲ୍ ହୋଇଥିଲା । ପ୍ଲେନ୍‌ କ୍ରାସ ପରେ କେମିତି ଉଦ୍ଧାର କରାଯିବ ସେନେଇ ମଧ୍ୟ ମକ୍‌ଡ୍ରିଲ ହୋଇଛି । ବିଭିନ୍ନ ଏୟାର ଲାଇନ୍ସର ଅଧିକାରୀ ଓ କର୍ମଚାରୀ ସମେତ ୨୦୦ ଲୋକ ମକଡ୍ରିଲରେ ସାମିଲ ଥିଲେ । ସେପଟେ ମକଡ୍ରିଲ୍ ଉପରେ ଏୟାରପୋର୍ଟ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ଯାହା ଅସୁବିଧା ଥିଲା ସେନେଇ ଆମେ ମକଡ୍ରିଲ୍ କରିଛୁ । କେଉଁ ବିଭାଗର କଣ କାମ, ମକଡ୍ରିଲ୍ ଜରିଆରେ ସେଥିରେ ସ୍ପଷ୍ଟତା ଅଣାଯାଇଛି । ମକଡ୍ରିଲ୍ ପରେ ସବୁ ତଥ୍ୟ DGCAକୁ ପଠାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.