ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅଭାବନୀୟ ଘଟଣା, ନିଆଁ ଲଗାଇ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ !

NEWS7
mobile-shop-raid-at-koraput

ଭଦ୍ରକ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅଭାବନୀୟ ଘଟଣା । ଦେହରେ ନିଆଁ ଲଗାଇ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବତୀ ଜଣକ ତିହିଡି ଥାନା ଶ୍ୟାମସୁନ୍ଦରପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ଯୁବତୀ ଜଣକ ଶିଶୁ ବାଟିକା ପାଇଁ କୋର୍ସ କରି ମଧ୍ୟ ଚାକିରି ନ ହେବାରୁ ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି ।

ଯୁବତୀଙ୍କ କହିବା ଅନୁଯାୟୀ ସେ ଡିପ୍ଲୋମା ଇନ୍ ଆର୍ଲି ଚାଇଲ୍ଡ କେୟାର ଏଜୁକେସନ୍ କରିଥିଲେ । ତେବେ ଏହି କୋର୍ସରେ ଶିଶୁ ବାଟିକାଗୁଡ଼ିକରେ ସ୍ଵତନ୍ତ୍ର ନିଯୁକ୍ତି ପାଇଁ କୌଣସି ବ୍ୟବସ୍ଥା ନଥିବା ନେଇ ସୂଚନା ପାଇଥିଲେ ଯୁବତୀ । ପୂର୍ବରୁ ବି ଏହି ଦାବିରେ ସେ ସଂଘ ସହ ବହୁଥର ଭୁବନେଶ୍ୱର ଆସି ଧାରଣାରେ ବସିଥିଲେ । ଆଜି ଏସଂକ୍ରାନ୍ତରେ ସେ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଆସିଥିଲେ । କିନ୍ତୁ ଜିଲ୍ଲାପାଳ କାର୍ଯ୍ୟଳୟରେ ନଥିବା ବେଳେ ଯୁବତୀ ଜଣକ ନିଜ ଡ୍ରେସରେ ନିଆଁ ଲଗାଇଥିଲେ । ତେବେ ସଙ୍ଗେ ସଙ୍ଗେ ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।