କରଞ୍ଜିଆ ୦୭।୦୩ : ପରିତ୍ୟକ୍ତ କୂଅରୁ ଯୁବକଙ୍କ ମୃତଦେହ ଠାବ । ମୟୁରଭଞ୍ଜ ରରୁଆଁ ଥାନା ତେରଣ୍ଟୀ ଗାଁରେ ଥିବା ମା ତାରିଣୀ ଷ୍ଟିଲ୍ ପ୍ଲାଣ୍ଟ ପଛରେ ଥିବା କୂଅରୁ ଯୁବକଙ୍କ ମୃତଦେହ ଠାବ ହୋଇଛି । ଏକ ଅଖା ଭିତରୁ ବନ୍ଧା ହୋଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି ।
ଖବର ଅନୁଯାୟୀ, ମୃତକ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ତ୍ରିବିନ୍ଧା ଗାଁରେ ନିରଞ୍ଜନ ନାଏକ । ସେ ପେଶାରେ ଜଣେ ଅଟୋ ଡ୍ରାଇଭର । ହେଲେ ଗତ ଶିବରାତ୍ରୀ ଠାରୁ ସ୍କୁଟି ନେଇ କୁଆଡେ ଯାଇଥିଲେ । ବିଳମ୍ବିତ ରାତି ଯାଏଁ ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ଗାଁ ପାଖରେ ଥିବା ଏକ ଷ୍ଟିଲ୍ ପ୍ଲାଣ୍ଟ ପଛରେ ଥିବା ଏକ ପରିତ୍ୟକ୍ତ କୂଅରୁ ତାଙ୍କ ମୃତଦେହ ମିଳିଛି । ଏକ ଅଖା ଭିତରେ ଗୋଡ଼ ହାତ ବନ୍ଧା ହୋଇଥିବା ଅବସ୍ଥାରେ ମୃତଦେହ ଠାବ ହୋଇଛି ।
ସେପଟେ ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ଏହାସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ରରୁଆଁ ପୋଲିସ ।
ରାଜ୍ୟରେ କଲବଲ କରିବ ତାତି, ଦୁଇ ଦିନ ପରେ ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା