ଭାରତକୁ ବାଂଲାଦେଶୀ ନେତାଙ୍କ ଧମକ: ଭାରତରୁ କାଟି ଅଲଗା କରିଦେବୁ ୭ ରାଜ୍ୟ

NEWS7
missing-husband-of-27-years-found-at-kumbh-mela

ଢାକା: ଭାରତକୁ ଖୋଲା ଧମକ ଦେଉଛନ୍ତି ବାଂଲାଦେଶୀ ନେତା। ବାଂଲାଦେଶ ଭାରତ ବିରୋଧୀ ତତ୍ୱଙ୍କୁ ଆଶ୍ରୟ ଦେବ, ଏମିତିକି ବିଛିନ୍ନତାବାଦୀମାନଙ୍କୁ ଶରଣ ଦେବ। ଏଥିରେ ଭାରତର ସେଭେନ ସିଷ୍ଟର କୁହାଯାଉଥିବା ୭ ରାଜ୍ୟର ବିଭାଜନ ହେବାର ସମ୍ଭାବନା ସୃଷ୍ଟି ହେବ ବୋଲି ବାଂଲାଦେଶର ନ୍ୟାସନାଲ ସିଟିଜେନ ପାର୍ଟି (ଏନସିପି) ନେତା ହସନାତ ଅବଦୁଲ୍ଲା ସୋମବାର ଚେତାବନୀ ଦେଇଛନ୍ତି।

ଅବଦୁଲ୍ଲାଙ୍କ ଏଭଳି ବୟାନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଏଭଳି ବୟାନ ଦାୟିତ୍ୱହୀନ ଏବଂ ବିପଦପ୍ରବଣ ବୋଲି ମଙ୍ଗଳବାର ବିଶ୍ୱ ଶର୍ମା କହିଛନ୍ତି। ଭାରତ ଏଥିରେ ଚୁପ ବସିବ ନାହିଁ ବୋଲି ସେ ପଲଟା ଚେତାବନୀ ଦେଇଛନ୍ତି।

ଭାରତ ଦେଶରେ ସାତ ଭଉଣୀ - ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ ଏବଂ ତ୍ରିପୁରାକୁ କୁହାଯାଉଛି। ଚାରୋଟି ରାଜ୍ୟ (ଆସାମ, ମେଘାଳୟ, ତ୍ରିପୁରା ଏବଂ ମିଜୋରାମ) ସହିତ ବାଂଲାଦେଶର ସ୍ଥଳ ସୀମା ଲାଗୁଛି। ଏଥିରେ ଏହି ଅଞ୍ଚଳର ରଣନୈତିକ ସମ୍ବେଦନଶୀଳତା ରହିଛି।

ଢାକାର କେନ୍ଦ୍ରୀୟ ସହିଦ ମୀନାରରେ ଏକ ସମାବେଶକୁ ସମ୍ବୋଧିତ କରି ଅବଦୁଲ୍ଲା ଦାବି କରିଥିଲେ ଯେ ବାଂଲାଦେଶ "ବିଚ୍ଛିନ୍ନତାବାଦୀ ଏବଂ ଭାରତ ବିରୋଧୀ ଶକ୍ତିମାନଙ୍କୁ ଆଶ୍ରୟ ଦେବ", ଏବଂ ଚେତାବନୀ ଦେଇଥିଲେ ଯେ ଏପରି ସମର୍ଥନ ଭାରତର ଉତ୍ତର-ପୂର୍ବ ଅଞ୍ଚଳକୁ ବିଚ୍ଛିନ୍ନ କରିବା ପାଇଁ ବ୍ୟବହାର କରାଯାଇପାରେ। ଅବଦୁଲ୍ଲାଙ୍କ ଏହି ମନ୍ତବ୍ୟ ଶୁଣିବା ପରେ ବାଲାଦେଶୀ ଦର୍ଶକ ଜୋରଦାର କରତାଳି ଦେଇ ଏହାକୁ ସ୍ୱାଗତ କରିଥିଲେ।

ଅବଦୁଲ୍ଲା କହିଛନ୍ତି “ମୁଁ ଭାରତକୁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଯଦି ତୁମେ ବାଂଲାଦେଶର ସାର୍ବଭୌମତ୍ୱ, ସମ୍ଭାବନା, ଭୋଟଦାନ ଅଧିକାର ଏବଂ ମାନବାଧିକାରକୁ ସମ୍ମାନ ଦେଉନଥିବା ଶକ୍ତିକୁ ଆଶ୍ରୟ ଦେବ, ତେବେ ବାଂଲାଦେଶ ଜବାବ ଦେବ।”

ବାଂଲାଦେଶକୁ ଭାରତ ଅସ୍ଥିର କରୁଛି ବୋଲି ଅଭିଯୋଗ କରି ସେ କହିଛନ୍ତି ଯେ ଯଦି ବାଂଲାଦେଶ ଅସ୍ଥିର ହେବ ତେବେ ଯେଉଁ ବିରୋଧାଭାଷ ଉଠିବ ତାହା ସୀମା ଡେଇ ଆରପଟକୁ ଯିବ। ଭାରତକୁ ଟାର୍ଗେଟ୍ କରି ହସନତ କହିଛନ୍ତି ଯେ ସ୍ୱାଧୀନତାର ୫୪ ବର୍ଷ ପରେ ମଧ୍ୟ ଦେଶ ବାଂଲାଦେଶ ଉପରେ ନିୟନ୍ତ୍ରଣ ରଖିବାକୁ ଚାହୁଁଥିବା 'ଶାଗୁଣା'ଙ୍କ ପ୍ରୟାସର ସମ୍ମୁଖୀନ ହେଉଛି।

ମଙ୍ଗଳବାର ହିମନ୍ତ ବିଶ୍ୱଶର୍ମା ଏହାର ଏହାର କଡ଼ା ଜବାବ ଦେଇଛନ୍ତି। ଆସାମ ଲୁମଡିଙ୍ଗର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ କହିଛନ୍ତି ଯେ ବାଂଲାଦେଶ ନେତାଙ୍କର ଏଭଳି ଦାୟିତ୍ୱହୀନ ଓ ବିପଦପୂର୍ଣ୍ଣ ବୟାନ ପାଇଁ ଭାରତ କେବେ ବି ଚୁପ ବସିବ ନାହିଁ। ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି “ଗତ ଏକ ବର୍ଷ ଧରି, ସେହି ଦେଶରୁ ବାରମ୍ବାର ବୟାନ ଆସୁଛି ଯେ ଉତ୍ତର ପୂର୍ବ ଭାରତର ରାଜ୍ୟଗୁଡ଼ିକୁ ପୃଥକ କରି ବାଂଲାଦେଶର ଏକ ଅଂଶ କରାଯିବା ଉଚିତ।” ଭାରତ ଏହାର କଡ଼ା ଜବାବ ଦେବ ବୋଲି ଶ୍ରୀ ଶର୍ମା କହିଛନ୍ତି।