ଭିଜିଲାନ୍ସ ହାବୁଡ଼ରେ ବରିଷ୍ଠ ରାଜସ୍ବ ସହାୟକ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍

NEWS7
mishap-during-adapa-bije-pahandi-odisha-cm-mohan-majhi-expresses-grief-over-incident

ସମ୍ବଲପୁର ୨୪।୧୨: ସମ୍ବଲପୁରରେ ଭିଜିଲାନ୍ସ ଚଢ଼ାଉ । ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ସମ୍ବଲପୁର ମେଜର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ ବାସୁଦେବ ଭୋଇ । ବରିଷ୍ଠ ରାଜସ୍ବ ସହାୟକଙ୍କ ୪ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ । ବରଗଡ଼ ସ୍ଥିତ ବାସଭବନ, ଚାରଭାଟି ସ୍ଥିତ ଘର, ବରଗଡ଼ ସ୍ଥିତ ପୈତୃକ ବାସଭବନ ଓ ସମ୍ବଲପୁର କାର୍ଯ୍ୟାଳୟରେ ଚଢାଉ ଜାରି ରହିଛି । ଏଥିରେ ୨ ଜଣ ଡିଏସ୍ପି, ୮ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି ।