ଶାଢୀ ପିନ୍ଧି ଫୁଟ୍‌ବଲ୍ ଖେଳିଲେ ମହିଳା, ଭିଡିଓ ଭାଇରାଲ୍....

NEWS7
miscreants-stabbed-a-young-man-to-death-in-bhubaneswar

ବଣାଇ ୧୦/୦୧: ଭାଇରାଲ ଯୁଗ । ଦିନକୁ ଦିନ ଭାଇରାଲ ହେଉଛି ନୂଆ ଭିଡିଓ । ଟ୍ରେଣ୍ଡ ବି ପାଲଟିଛି ସବୁ ଭିଡିଓ । ଏହାରି ଭିତରେ ସାମ୍ନାକୁ ଆସିଛି ମହିଳାଙ୍କ ଫୁଟବଲ୍ ଖେଳ । ଯାହା ସୃଷ୍ଟି କରିଛି ନିଆରା ଚିତ୍ର । ମହିଳାମାନେ ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍ ନାହାଁନ୍ତି ବୋଲି ପ୍ରମାଣିତ କରିଛନ୍ତି । ଶାଢ଼ୀ ପରିଧାନ କରି ପଡ଼ିଆରେ ବିଜୁଳି ବେଗରେ ଦୌଡ଼ି ଦୌଡ଼ି ଫୁଟବଲ ଖେଳିଲେ । ମାରି ଚାଲିଲେ ଗୋଲ୍ ଉପରେ ଗୋଲ୍ । ସେ ଆଉଥରେ ପ୍ରମାଣ କରି ଦେଖାଇଲେ ଯେ, ଶାଢୀ ପିନ୍ଧି ସବିୁ କିଛି କରିବା ସମ୍ଭବ । 

 

ସେପଟେ ନିଜର ଦୌନନ୍ଦୀନ ଜୀବନରୁ ବାହାରି ଟିକେ ଖୁସି ଖୋଜିବାର ପ୍ରୟାସକୁ ଚାରିଆଡେ ପ୍ରଶଂସା କରାଯାଉଛି । ଶାଢ଼ି ପିନ୍ଧି ମହିଳାଙ୍କ ଫୁଟ୍ବଲ୍ ଖେଳିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି।ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଓପ୍ରବଣ ଅଞ୍ଚଳ କୋଇଡ଼ା ବ୍ଲକ୍ ସୋୟମ୍ବା ପଞ୍ଚାୟତ ବଡ଼ବାଲିଯୋର ଖେଳପଡିଆରେ।

ମାଓପ୍ରବଣ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଏହି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଏଠାକାର ମହିଳାମାନେ ପ୍ରତ୍ୟେକ ବର୍ଷ କିଛିକିଛି ଟଙ୍କା ଜମା ରଖି ସେଥିରେ ପରସ୍ପର ମଧ୍ୟରେ ଫୁଟ୍ବଲ୍, ଦୌଡ଼ିଡିଆଁ, ପୁଚି, କବାଡ଼ି ଆଦି ପ୍ରତିଯୋଗିତା କରି ନିଜ ମଧ୍ୟରେ ପୁରସ୍କାର ପ୍ରଦାନ କରିଥାନ୍ତି।