ବିନିକା ୨୧।୬: ବାଇକ୍ ଡିକି ଭାଙ୍ଗି ଲୁଟ୍ । ଦୁଇ ଲକ୍ଷ ଟଙ୍କା ନେଇଗଲେ ଦୁର୍ବୃତ୍ତ । ଆଖି ପିଛୁଳାକେ ଟଙ୍କା ଲୁଟିନେଲେ ଲୁଟେରା । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଘଟିଛି ଏଭଳି ଲୁଟ୍ ଘଟଣା । ସିସିଟିଭି ଫୁଟେଜ୍ ଆଧାରରେ ଯାଞ୍ଚ କରୁଛି ପୋଲିସ ।
ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ୟାଙ୍କ ଅଫ୍ ବରୋଦାରୁ ଦୁର୍ଯ୍ୟୋଧନ ପୋଢ଼ ଓ ପ୍ରଦୀପ ମେହେର ଦିନ ୧୨ଟା ସମୟରେ ନିଜ ଧାନ ବିକା ପଇସା ଦୁଇ ଲକ୍ଷ ଟଙ୍କା ଉଠାଇଥିଲେ । ଟଙ୍କା ଉଠାଇବା ପରେ ମୋଟର ସାଇକେଲ ଡିକିରେ ଟଙ୍କା ରଖି ଘରକୁ ଫେରୁଥିଲେ l ଘରକୁ ଯିବା ବେଳେ ନୂଆ ବଜାରରେ ନିଉ ପାଣିଗ୍ରାହୀ ହୋଟେଲକୁ ଜଳଖିଆ ଖାଇବାକୁ ଯାଇଥିଲେ । ମୋଟର ସାଇକେଲକୁ ବାହାରେ ରଖି ଜଳଖିଆ ଖାଉଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ଡିକି ଭାଙ୍ଗି ଦୁଇ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ ।
ଏ ନେଇ ଦୁର୍ଯ୍ୟୋଧନ ବିନିକା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରିବା ସହିତ ବିଭିନ୍ନ ଅଞ୍ଚଳର ବିଭିନ୍ନ ସିସିଟିଭି ଯାଞ୍ଚ କରୁଛି l ପୋଲିସ ସିସିଟିଭି ଯାଞ୍ଚ କରିବା ପରେ ହୋଟେଲରେ ଲାଗିଥିବା ସିସିଟିଭିରୁ ସ୍ପଷ୍ଟ ଭାବରେ ଦୁଇ ଜଣ ଆସି ବାଇକ୍ ଡିକିରୁ ଟଙ୍କା ନେଉଥିବା ଭିଡ଼ିଓ କଏଦ ହୋଇଛି l ଯାହାକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ ।
You Can Read:
ତୁଟିଲା ଆଉ ଏକ ଯାତ୍ରା କଳି, ଓଏମ୍ଏ ସଭାପତିଙ୍କୁ କ୍ଷମା ମାଗିଲେ ଯାତ୍ରା ଅଭିନେତା ଦୟା