ଆନନ୍ଦପୁର ୭/୭: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ହାଟଡିହି ଗାଁରେ ମାତିଛନ୍ତି ଲୁଟେରା । ଗାଁର ଯତୀନ୍ଦ୍ର କୁମାର ବଇଁଠାଙ୍କ ଘରେ କଳାକନା ବୁଲାଇଛନ୍ତି ଲୁଟେରା । ଝରକାଗ୍ରୀଲ ଭାଙ୍ଗି ଲୁଟି ନେଇଛନ୍ତି ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୧୦ ହଜାର ଟଙ୍କା । ରାତି ୨ଟାରେ ଯତୀନ୍ଦ୍ରଙ୍କ ବଡ ଝିଅ ଉଠି କବାଟ ଭିତରପଟୁ ବନ୍ଦ ଥିବା ଦେଖି ଘର ଲୋକଙ୍କୁ ଉଠାଇଥିଲେ । ସମସ୍ତେ ଉଠି ଦେଖିବା ପରେ ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ନନ୍ଦପଡା ଥାନାରେ ଅଭିଯୋଗ ପରେ ପୋଲିସ ଲୁଟେରାଙ୍କୁ ଧରିବାକୁ ଛାନ୍ଭିନ୍ ଚଳାଇଛି ପୋଲିସ ।