ବିଧବା ମହିଳାଙ୍କ ହାତ-ଗୋଡ଼ ବାନ୍ଧି ଲୁଟ୍, ସୁନା ଓ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | June 10, 2025 IST

କୋଣାର୍କ ୧୦।୬:  ବିଧବା ମହିଳାଙ୍କ  ହାତ-ଗୋଡ଼ ବାନ୍ଧି ଲୁଟ୍ । ସୁନା ଓ ରୁପା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ କୁଣ୍ଡିସ ଗ୍ରାମରେ ଏଭଳି ଲୁଟ୍ ଘଟଣା ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ କୁଣ୍ଡିସ ଗ୍ରାମର ବିଧବା ମହିଳାଙ୍କ ଘରୁ ଲୁଟ୍ ।ଏକୁଟିଆ ରହୁଥିବା ଝୁମୁରି ଦାସ ନାମକ ଜଣେ ବିଧବା ମହିଳାଙ୍କ ଘରେ ପଶିଥିଲେ ୨ରୁ ୩ ଜଣ ଦୁର୍ବୃତ୍ତ । ମହିଳାଙ୍କ ହାତ-ଗୋଡ଼ ବାନ୍ଧି ଘର ଆଲମୀରାରେ ଥିବା ସୁନା ଓ ରୁପା ଅଳଙ୍କାର ସହ ନଗଦ ୧୦ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଝୁମୁରିଙ୍କ ପୁଅ ବାହାରେ ରହୁଥିବା ବେଳେ ଦେଢଶୁର ଓ ତାଙ୍କ ପିଲାମାନେ ମଧ୍ୟ ବାହାରେ ରୁହନ୍ତି । ଘରେ ସେ ଏକୁଟିଆ ଥିବା ସୁଯୋଗ ନେଇ ଦୁର୍ବୃତ୍ତ ମାନେ ବିଳମ୍ବିତ ରାତିରେ ତାଙ୍କ ଘର ଗ୍ରୀଲ ଓ କବାଟ ଭାଙ୍ଗି ଘରେ ପଶିବାକୁ ଉଦ୍ୟମ କରିଥିଲେ । ସେହି ସମୟରେ ଝୁମୁରି ଉଠିଯାଇଥିଲେ । ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ହାତ ଗୋଡ଼ ଓ ମୁହଁକୁ ବାନ୍ଧି ବନ୍ଦ ଥିବା ସବୁ ଘରର ତାଲା ଓ ଆଲମାରୀ ତାଲା ଭାଙ୍ଗି ଅଳଙ୍କାର ଓ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ । ସକାଳ ହେବା ପରେ ଗାଁ ଲୋକେ ଝୁମୁରିଙ୍କୁ ଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ ଗୋପ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗାଁରେ ଏଭଳି ଘଟଣା ଘଟିବା ପରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି ।

You Can Read:

ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.