ଅନ୍ଧାର ରାତିରେ ମନ୍ଦିର ଭିତରେ ପଶିଲେ, ହୁଣ୍ଡି ଟେକିନେଇ ଖସିଗଲେ

Published By : Prameya-News7 Bureau | July 09, 2025 IST

ପୁରୀ ୯।୭: ପୁରୀରେ ପୁଣି ମାତିଲେ ମନ୍ଦିର ଲୁଟେରା । ମଙ୍ଗଳବାର ବିଳମ୍ବିତ ରାତିରେ ମନ୍ଦିର ଭିତରେ ପଶି ହୁଣ୍ଡି ଲୁଟି ନେଇଛନ୍ତି ଦୁର୍ବୃତ୍ତ ।ପୁରୀ ରେଳ ଷ୍ଟେସନ ନିକଟ ରାମ ମନ୍ଦିରରୁ ହୁଣ୍ଡି ଲୁଟ୍ କରି ନେଇଛନ୍ତି ଦୁର୍ବୃତ୍ତ । ତେବେ ଲୁଟ୍ ସମୟର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୃତ୍ତ ପ୍ରଥମେ ମନ୍ଦିର ଭିତରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା । ପରେ ଜଣେ ଦୁର୍ବୃତ୍ତ ମନ୍ଦିରର ହୁଣ୍ଡି ବାକ୍ସ ଟେକି ନେଇ ଫେରାର ହୋଇଯାଉଥିବା ଦେଖିବାକୁ ମିଳିଛି । ଭକ୍ତ ମାନେ ଦାନ କରିଥିବା ସମସ୍ତ ଅର୍ଥ ହୁଣ୍ଡି ବାକ୍ସରେ ଥିବାବେଳେ ସେଥିରେ କେତେ ଟଙ୍କା ଥିଲା ତାହା ସ୍ପଷ୍ଟ ହୋଇନାହିଁ । ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ସମୟରେ ପୁରୀ ସହରରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବାବେଳେ ଦୁର୍ବୃତ୍ତ ମାନେ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିଛନ୍ତି । ବିଭିନ୍ନ ସାହି, ଗଳି ମାନଙ୍କରେ ମାଳ ମାଳ ପୋଲିସ ଅଧିକାରୀ ଓ କର୍ମଚାରୀ ମୁତୟନ ହୋଇଥିଲେ ମଧ୍ୟ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ଦୁର୍ବୃତ୍ତ ମାନେ ମନ୍ଦିରରୁ ହୁଣ୍ଡି ବାକ୍ସ ଲୁଟ୍ କରିବାରେ ସକ୍ଷମ ହୋଇଛନ୍ତି । ଘଟଣାକୁ ନେଇ ରାମ ମନ୍ଦିର କମିଟି ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ସିସିଟିଭି ଫୁଟେଜ୍‌ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କ ପତ୍ତା ପାଇନାହିଁ । 

You Can Read:

ମୁତୟନ ଥିଲେ ମାଳ ମାଳ ସୁରକ୍ଷାକର୍ମୀ, ମେଘନାଦ ପାଚେରୀ ଡେଇଁ ଶ୍ରୀମନ୍ଦିରକୁ ପଶିଲେ ୪ ଯୁବକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.