ପୁରୀ ୨୮।୮: ପୁଣି ପୁରୀରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ । ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ଗାଡ଼ି ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ । ପୁରୀ ଗୁଣ୍ଡିଚା ମନ୍ଦିର ପଛପଟେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ କୃଷ୍ଣପ୍ରସାଦ ଅଞ୍ଚଳର ସୁକାନ୍ତ କୁମାର ପଲ୍ଲେଇ । ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ତାଳବଣିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତ ମାନେ ସୁକାନ୍ତଙ୍କ ପାଦକୁ ହାଣି ରକ୍ତାକ୍ତ କରିଛନ୍ତି ।
ତେବେ ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ଗଞ୍ଜେଇ ଦୋକାନରେ ସୁକାନ୍ତ ଠିଆ ହୋଇଥିଲେ । ସେହି ସମୟରେ ଚିକେନ ଦୋକାନୀ ତାଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ପୁରୀରେ ଦିନ ଦ୍ବିପ୍ରହରରେ ଦୁର୍ବୃତ୍ତ ମାନଙ୍କ ଆତଙ୍କରାଜକୁ ଦେଖି ସହରବାସୀ ଓ ପର୍ଯ୍ୟଟକ ଭୟଭୀତ ହୋଇ ପଡିଛନ୍ତି ।
You Can Read:
ବୀଭତ୍ସ ହତ୍ୟାକାଣ୍ଡ : ଟାଙ୍ଗିଆରେ ଚୋଟ ପରେ ଚୋଟ ମାରି ଚାଲିଲେ, ଘଟଣାସ୍ଥଳରେ ହିଁ ଟଳିପଡ଼ିଲେ