ଦୁଇ ଦିନ ପରେ ଚାଲିଥାନ୍ତା ଯାତ୍ରୀବାହୀ ଘରୋଇ ବସ୍, ଦୁର୍ବୃତ୍ତ ଲଗାଇଦେଲେ ନିଆଁ : ତନାଘନା କରୁଛି ପୋଲିସ

NEWS7
misbehave-to-police-officer-in-papadahandi-3-accused-arrested

ରାଉରକେଲା ୨୬।୧୨: ଦୁଇ ଦିନ ପରେ ଚାଲିଥାନ୍ତା ଯାତ୍ରୀବାହୀ ବସ୍ । ହେଲେ ତା ପୂର୍ବରୁ ଜାଳିଦେଲେ ଦୁର୍ବୃତ୍ତ । ରାଉରକେଲା ଟାଙ୍ଗରପାଲି ଥାନା ଫର୍ଟିଲାଇଜର ସ୍ଵପ୍ନେଶ୍ୱରୀ ମନ୍ଦିର ନିକଟରେ ଘଟିଛି ଏଭଳି ଘଟଣା । ଘଟଣାର ତଦନ୍ତ ଆରମ୍ଭ କରିଛି ଟାଙ୍ଗରପାଲି ପୋଲିସ ।

ସୂଚନାଯୋଗ୍ୟ ଯେ, ରାଉରକେଲା ଟାଙ୍ଗରପାଲି ଥାନା ଫର୍ଟିଲାଇଜର ସ୍ଵପ୍ନେଶ୍ୱରୀ ମନ୍ଦିର ନିକଟରେ ଜଣେ ମାଲିକଙ୍କର ଛିଡା ହୋଇ ରହିଥିଲା ଦୁଇ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଦୁଇଟି ଯାତ୍ରୀବାହୀ ବସ୍ । ‘ଅଞ୍ଜଳି’ ନାମକ ଦୁଇଟି ଯାତ୍ରୀବାହୀ ବସ୍ ଛିଡା ହୋଇ ରହିଥିଲା । ହେଲେ ଗୁରୁବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଜାଳିଦେଲେ ଗୋଟିଏ ବସ୍ । ଅନ୍ୟ ବସ୍କୁ ଜାଳିବାକୁ ଉଦ୍ୟମ କରୁଥିବା ବେଳେ ଲୋକେ ପାଟି କରିବାରୁ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ଲୋକେ ଦମକଳକୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା ସତ ହେଲେ ସେତେବେଳକୁ ବସ୍ଟି ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଅନ୍ୟ ବସ୍ଟି ଆଂଶିକ ପୋଡିଥିବା ବେଳେ କିଏ ଏଭଳି କାଣ୍ଡ ଘଟାଇଛି ? ନିଆଁ ଲଗାଇବା ପଛର କାରଣ କ’ଣ ? ସେ ନେଇ ରାଉରକେଲା ଟାଙ୍ଗରପାଲି ପୋଲିସ ତଦନ୍ତ ଆରମ୍ଭ କରିଛି ।