କୁହୁଡିରେ ଦେଖାଗଲାନି, NHରେ ପଛକୁ ପଛ ପିଟି ହେଲେ ୧୦ କାର୍-ଟ୍ରକ୍, ୧୨ ଆହତ

NEWS7
minors-death-due-to-medical-negligence-allegation-in-koraput

ଲକ୍ଷ୍ନୌ,୮|୦୧:ଉତ୍ତର ପ୍ରଦେଶରେ ଭୟଙ୍କର ଦୁର୍ଘଟଣା । କୁହୁଡି ସାଜିଲା କାଳ । ପଛକୁ ପଛ ଧକ୍କା ହେଲେ ଏକାଧିକ କାର୍ଏବଂ ଟ୍ରକ୍। ଉତ୍ତର ଭାରତରେ ପ୍ରବଳ ଶୀତ ଏବଂ କୁହୁଡି ପାଇଁ ଜନଜୀବନ ଏକପ୍ରକାର ଠପ୍ ହୋଇଯାଇଛି । ଯାନବାହାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଏପରିକି ବଡ ଦୁର୍ଘଟଣା ମଧ୍ୟ ଘଟିଛି ।

ରିପୋର୍ଟ ଅନୁସାରେ, ରବିବାର ସକାଳେ ଉତ୍ତର ପ୍ରଦେଶର ଆମରୋହାରେ ବଡ ଧରଣର ଦୁର୍ଘଟଣା ହୋଇଛି । ଲକ୍ଷ୍ମୌ-ଦିଲ୍ଲୀ ଜାତୀୟ ରାଜପଥରେ ଅନେକ ଗାଡି ପରସ୍ପରକୁ ଧକ୍କା ଦେଇଛନ୍ତି । ଯେଉଁଥିରେ ୧୨ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ଜାତୀୟ ରାପଥର ଶେହଓ୍ୱାଜପୁର ଗ୍ରାମ ନିକଟରେ ଏହି ଅଘଟଣ ଘଟିଛି । ପ୍ରବଳ କୁହୁଡି କାରଣରୁ ରାସ୍ତା ଘାଟ କିଛି ଦେଖାଯାଉନଥିଲା । ଫଳରେ ପ୍ରାୟ ୧୦ଟି ଗାଡି ପଛକୁ ପଛ ପିଟି ହୋଇଥିଲେ । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ଏବଂ ଆମ୍ବୁଲାନ୍ସ ପହଁଚି ଉଦ୍ଧାରକାର୍ଯ୍ୟ କରିବା ସହ ଆହତଙ୍କୁ ହସ୍ପିଟାଲ ପଠାଇଥିଲେ ।

ଦୁର୍ଘଟଣା ପରେ ଜାତୀୟ ରାତପଥରେ ଚଳାଚଳ ଏକପ୍ରକାର ଠପ୍ ହୋଇଯାଇଛି । ହଜାର ହଜାର କାର୍ ଏବଂ ଟ୍ରକ୍ ଅଟକି ରହିଛନ୍ତି । କୁହୁଡି ସହ ଦୁର୍ଘଟଣାଗ୍ରସ୍ତ ଗାଡି ପାଇଁ ଟ୍ରାଫିକ୍ ଜାମ୍ ସମସ୍ୟା ଉପୁଜିଛି । ପୋଲିସ କ୍ରେନ ସାହାଯ୍ୟରେ ଗାଡିକୁ ରାସ୍ତାରୁ ହଟାଇବାକୁ ପ୍ରୟାସ କରୁଛି ।

ସୂଚନାଯୋଗ୍ୟ, ଜାନୁଆରୀ ୧୧ ତାରିଖରେ ମଧ୍ୟ ଏପରି ସମାନ ଘଟଣା ଘଟିଥିଲା । ଯେଉଁଥିରେ ଜଣ ପ୍ରାଣ ହରାଇଥିବା ସହ୩୦ରୁ ଅଧିକ ପ୍ରାଣ ହତାଇଥିଲେ ।