ରାଜଧାନୀରୁ ନାବାଳିକା ନିଖୋଜ, ଖୋଜୁଛି ପୋଲିସ, ଏବେ ଯାଏଁ ମିଳିନି ପତ୍ତା

Published By : Prameya-News7 Bureau | June 02, 2025 IST

ଭୁବନେଶ୍ୱର ୦୨।୦୬ : ରାଜଧାନୀରେ ନାବାଳିକା ନିଖୋଜ । ମାଛ କିଣିବାକୁ  ଘରୁ ଯାଇଥିଲେ । ହେଲେ ଘରକୁ  ଫେରିଲେନି । ଚାଲି ଚାଲି କେଉଁ ଆଡେ ଗାଏବ ହୋଇଗଲେ । ଭୁବନେଶ୍ୱର ମଞ୍ଚେଶ୍ୱର ଚକେଇସିହାଣୀ  ଅଞ୍ଚଳରୁ ରବିବାର ସକାଳେ ଜଣେ ନାବାଳିକା ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସିଛି । ଥାନାରେ ଅଭିଯୋଗ ପରେ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି । 

ଖବର ଅନୁଯାୟୀ, ଭୁବନେଶ୍ୱର ଚକେଇସିହାଣୀର ଏକ ବସ୍ତିରେ ନାବାଳିକା ଜଣଙ୍କ ରୁହନ୍ତି । ରବିବାର ସକାଳ ସମୟରେ ମାଛ କିଣିବାକୁ ଯାଇଥିଲେ । ହେଲେ ଦୀର୍ଘ ସମୟ ଧରି ଘରକୁ ଫେରିନଥିଲେ । ଘରକୁ ନଆସିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । ତଥାପି ପତ୍ତା ମିଳିନଥିଲା । ଶେଷରେ ନିରାଶ ହୋଇ ପରିବାର ଲୋକ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ସବୁ ଯାଞ୍ଚ କରିଥିଲା । ପ୍ରାୟ ୨ କିଲୋମିଟର ଯାଏଁ   ସିସିଟିଭି ଯାଞ୍ଚ କରିବା ପରେ ଜଣା ପଡିଥିଲା ଝିଅଟି  ଚାଲି ଚାଲି ଏକା ଯାଇଛି । ହେଲେ ଆଗକୁ ଯିବା ପରେ ସିସିଟିଭି ନଥିବାରୁ ପୁଲିସ ଖୋଜା ଖୋଜି  କରୁଛି । ଏହା ସହ ଅନ୍ୟ ଅଞ୍ଚଳକୁ ଯାଇ ମଧ୍ୟ ପୁଲିସ ପଚରାଉଚରା କରୁଛି । ଏହା ସହ ପରିବାର  ଲୋକଙ୍କୁ ମଧ୍ୟ ପଚରାଉଚରା କରୁଛି ପୁଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.