କିଏ ସେହି ରାଓ ଇନ୍ଦ୍ରଜିତ ସିଂହ ଯାଦବ ? ଯିଏ ରାଜପାଲଙ୍କ ପାଇଁ ୧.୧୧ କୋଟି ଟଙ୍କାର କଲେ ଆର୍ଥିକ ସହାୟତା

NEWS7
minor-girl-sexually-abused-while-went-to-see-a-play-in-biriguda-village-under-narayanpatnas-laxmipur

ନୂଆଦିଲ୍ଲୀ ୧୧।୦୨; ଅଭିନେତା ରାଜପାଲ ଯାଦବଙ୍କ ଚେକ୍ ବାଉନ୍ସ ମାମଲାରେ ଅନେକ ସେଲିବ୍ରିଟି ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଅଭିନେତା ସୋନୁ ସୁଦ ଏବଂ ରାଜନେତା ତେଜ ପ୍ରତାପ ଯାଦବଙ୍କ ପରେ, ସଙ୍ଗୀତ ପ୍ରଯୋଜକ ଏବଂ ଜେମ୍ ଟ୍ୟୁନ୍ସ ମ୍ୟୁଜିକର ମାଲିକ ରାଓ ଇନ୍ଦ୍ରଜିତ ସିଂହ ଯାଦବ ଏବେ ୧.୧୧ କୋଟି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ହଙ୍ଗାମା ଓ ଭୁଲ୍ ଭେଲେୟାଁ ସମେତ ଅନେକ ଫିଲ୍ମରେ ତାଙ୍କ କମେଡି ଓ ଦମ୍ଦାର ଭୂମିକା ସହ ଦର୍ଶକଙ୍କୁ ମନୋରଞ୍ଜନ କରିଛନ୍ତି । ପରଦାରେ ଏତେ ସଫଳତା ପାଇବା ସତ୍ତ୍ୱେ, ସେ ତାଙ୍କ ବ୍ୟକ୍ତିଗତ ଜୀବନରେ ଗମ୍ଭୀର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି।

ଇନ୍ଦ୍ରଜିତ ସିଂହ ଯାଦବ ସମର୍ଥନ ବିଷୟରେ କହିଛନ୍ତି, "ରାଜପାଲ ଦର୍ଶକଙ୍କ ପାଇଁ ଅପାର ଆନନ୍ଦ ଦେଇଛନ୍ତି ଏବଂ ଭାରତୀୟ ସିନେମାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହି ସମର୍ଥନ କେବଳ ଟଙ୍କା ବିଷୟରେ ନୁହେଁ, ବରଂ ଜଣେ ସହକର୍ମୀ ସହିତ ଠିଆ ହେବା ବିଷୟରେ। ଆମର ଶିଳ୍ପ ଏକ ପରିବାର, ଏବଂ କଷ୍ଟକର ସମୟରେ ପରିବାରକୁ ସପୋର୍ଟ କରିବା । ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ସେ କହିଛନ୍ତି, "ସୋସିଆଲ୍ ମିଡିଆ ମାଧ୍ୟମରେ, ଆମେ ରାଜପାଲ ଯାଦବଙ୍କ ଯନ୍ତ୍ରଣା ଏବଂ କଷ୍ଟ ବିଷୟରେ ଜାଣିଲୁ। ଏହା ବିଷୟରେ ଶୁଣି ବହୁତ ଦୁଃଖ ଲାଗିଲା ।" ରାଜପାଲ ଯାଦବ କେବଳ ଜଣେ ମହାନ କଳାକାର ନୁହଁନ୍ତି ବରଂ ଜଣେ ଭଲ ମଣିଷ ମଧ୍ୟ। ଏପରି ଏକ କଷ୍ଟକର ଏବଂ ଦୁଃଖଦ ସମୟରେ ତାଙ୍କ ସହ ଏବଂ ତାଙ୍କ ପରିବାର ସହିତ ଠିଆ ହେବା ଆମର କର୍ତ୍ତବ୍ୟ। ଜେମ୍ ଟ୍ୟୁନ୍ସ ପରିବାର ପକ୍ଷରୁ, ମୁଁ ରାଜପାଲ ଭାଇଙ୍କୁ ୧.୧୧କୋଟି ଟଙ୍କା ସହାୟତା ପ୍ରଦାନ କରୁଛି। ସେ ଆହୁରି କହିଛନ୍ତି, "ମୁଁ ସମସ୍ତ ଭାରତୀୟଙ୍କୁ ଆଗକୁ ଆସି ତାଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ ଏବଂ ଏହି ଦୁଃଖ ସମୟରେ ତାଙ୍କ ପରିବାରକୁ ସମର୍ଥନ କରିବାକୁ ନିବେଦନ କରୁଛି।"

ମାମଲାଟି ୨୦୧୦ ମସିହାର, ଯେତେବେଳେ ରାଜପାଲ ଯାଦବ ଏବଂ ତାଙ୍କ ପତ୍ନୀ ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର "ଅତା ପତା ଲାପତା" ପାଇଁ ଦିଲ୍ଲୀର ଏକ କମ୍ପାନୀରୁ ପ୍ରାୟ ୫ କୋଟି ଟଙ୍କା ଋଣ ନେଇଥିଲେ। ଚଳଚ୍ଚିତ୍ରଟି ଫ୍ଲପ୍ ହେବା ପରେ, ସେମାନେ ଋଣ ପରିଶୋଧ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଋଣ ବିରୁଦ୍ଧରେ ଜାରି ହୋଇଥିବା ଅନେକ ଚେକ୍ ବାଉନ୍ସ ହୋଇଥିଲା। ଯାହା ଫଳରେ ନେଗୋସିଆବଲ୍ ଇନଷ୍ଟ୍ରୁମେଣ୍ଟ୍ସ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ଦିଲ୍ଲୀ ହାଇକୋର୍ଟ ଅନେକ ଥର ସମୟସୀମା ବୃଦ୍ଧି କରିଥିଲେ କିନ୍ତୁ ରାଜପାଲ ଯାଦବ ବାରମ୍ବାର ଦେୟ ଦେବାକୁ ବିଫଳ ହୋଇଥିଲେ। ନିକଟରେ, କୋର୍ଟ ଆଉ କୌଣସି ଆଶ୍ୱସ୍ତି ଦେବାକୁ ମନା କରିଦେଇଥିଲେ ଏବଂ ତାଙ୍କୁ ଛଅ ମାସର କାରାଦଣ୍ଡ ଭୋଗିବା ପାଇଁ ତିହାର ଜେଲରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଅଧିକ ପଢନ୍ତୁ-ବଲିଉଡ ଅଭିନେତା ରଣବୀର ସିଂହଙ୍କୁ ହତ୍ୟା ଧମକ, ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୋଲିସ