କରଞ୍ଜିଆ ୨୭।୫: ନାବାଳିକା ନାତୁଣୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ବିଫଳ । ନାବାଳିକାଙ୍କ ବାପାକୁ ତୀରମାଡ଼ କଲା ଦୁଷ୍କର୍ମ ଉଦ୍ୟମକାରୀ ସମ୍ପର୍କୀୟ ୬୫ ବର୍ଷୀୟ ଅଜା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ହାତୀଗୋଡା ଗାଁର ଜିରୁମସାହିରେ । ୮ ବର୍ଷର ନାବାଳିକାଙ୍କୁ ଆମ୍ବ ଖାଇବାକୁ ଜଙ୍ଗଲକୁ ଡ଼ାକିନେଇ ସେହି ଗାଁର ରାଧେଶ୍ୟାମ ବାଣ୍ଡିଆ ନାମକ ୬୫ ବର୍ଷୀୟ ସମ୍ପର୍କୀୟ ଅଜା ଦୁଷ୍କର୍ମ ଉଦ୍ୟମ କରିବା ବେଳେ ନାବାଳିକାଙ୍କ ମା’ ଦେଖି ଦେଇଥିଲା । ଘଟଣା ସମ୍ପର୍କରେ ନାବାଳିକାଙ୍କ ବାପା ବିଶ୍ରା ବାଣ୍ଡିଆକୁ ଜଣାଇବା ପରେ ସେ ରାଧେଶ୍ୟାମ ବାଣ୍ଡିଆ ସହ ତାଙ୍କର ବଚସା ହୋଇଥିଲା । ଶେଷରେ ରାଧେଶ୍ୟାମ ବାଣ୍ଡିଆ ଏକ ଧନୁ ତୀର ଆଣି ବିଶ୍ରା ବାଣ୍ଡିଆକୁ ତୀର ମାଡ କରିଥିଲା । ତୀର ମାଡରେ ଗୁରୁତର ହୋଇ ନାବାଳିକାର ବାପା ବିଶ୍ରା ବାଣ୍ଡିଆ ଗୁରୁତର ଅବସ୍ଥାରେ ଠାକୁରମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି ହେବ ପରେ ଠାକୁରମୁଣ୍ଡା ଥାନାରେ ଏତଲା ଦେଲେ ନାବାଳିକାଙ୍କ ବାପା-ମା’ । ଏ ନେଇ ଥାନାରେ ଏତଲା ଦେବା ପରେ ଠାକୁରମୁଣ୍ଡା ପୋଲିସ ତଦନ୍ତ ଆରମ୍ଭ କରିଛି ।
You Can Read:
କୋଇଲା ଓ ବାଲି ଚୋରିରେ ସଂପୃକ୍ତ କାହାରିକୁ ଛଡାଯିବନି, ରାଜ୍ୟରେ ସୀମା ବିବାଦ ଖୁବ୍ଶୀଘ୍ର ସରିବ