LIVE TV

ବାଂଲାଦେଶ ସେନାମୁଖ୍ୟ ସିଆଇଏ ଏଜେଣ୍ଟ, ଦକ୍ଷିଣ-ପୂର୍ବ ଏସିଆକୁ ଅଶାନ୍ତ କରୁଛି ଆମେରିକା

NEWS7
minor-girl-dead-body-recovered-in-nabarangpur-district

ନୂଆଦିଲ୍ଲୀ, ୪ |୧୧  : ଆମେରିକା ଦକ୍ଷିଣ ପୂର୍ବ ଏସିଆରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛି । ଶକ୍ତିଶାଳୀ ନେତାଙ୍କୁ ଆମେରିକା ଗ୍ରହଣ କରିପାରୁ ନାହିଁ ବୋଲି କହିଛନ୍ତି ବାଂଲାଦେଶର ପୂର୍ବତନ ଗୃହମନ୍ତ୍ରୀ ଅସାଦୁଜମାନ ଖାନ୍ କମଲ । ସେଖ ହସିନା ଭାରତକୁ ପଳାଇ ଆସିବାର ବର୍ଷର ପରେ ଏପରି ସମ୍ବେଦନଶୀଳ ବୟାନ ଦେଇଛନ୍ତି କମଲ । ଆହୁରି ମଧ୍ୟ ବାଂଲାଦେଶର ସେନାମୁଖ୍ୟ ଆମେରିକା ସିଆଇଏ ଏଜେଣ୍ଟ ଭାବେ କାମ କରୁଥିବା ସେ ପ୍ରକାଶ କରିଛନ୍ତି ।

ଏକ ବହିରେ କମଲ କହିଛନ୍ତି ଯେ, ବାଂଲାଦେଶର ଅସ୍ଥିରତା ପାଇଁ ଆମେରିକା ସିଧାସଳଖ ଭାବେ ଦାୟୀ । ଦକ୍ଷିଣପୂର୍ବ ଏସିଆରେ ଅନେକ ଶକ୍ତିଶାଳୀ ନେତାଙ୍କୁ ଟାର୍ଗେଟ୍ କରୁଛି ଆମେରିକା । ଏହି ତାଲିକାରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶର ପିଏମ୍ ସେଖ ହସିନା ଥିଲେ । ୟୁଏସ ବାଂଲାଦେଶର ସେଣ୍ଟ୍ ମାର୍ଟିନ୍ ଦ୍ୱୀପକୁ ହାତେଇବାକୁ ଚାହୁଁଛି । ଏହା ଦ୍ୱାରା ସେ ଭାରତ ମହାସାଗରରେ ଦବଦବା ବୃଦ୍ଧି କରିପାରିବ ।

'ଇନସାଲହା ବାଂଲାଦେଶ' ନାମକ ଏହ ବହିରେ କମଲ କହିଛନ୍ତି ଯେ, ବାଂଲା ସେନାମୁଖ୍ୟ ସିଆଇଏର ଏଜେଣ୍ଟ୍ । ତାଙ୍କ ସହାୟତାରେ ହସିନାଙ୍କ ସରକାରଙ୍କୁ ହଟାଇ ଦିଆଯାଇଥିଲା । ଆମେରିକା ବିଶ୍ବର ଅନ୍ୟ ଦେଶରେ ଦୁର୍ବଳ ସରକାର ଗଠନ କରିବାକୁ ଚାହେଁ । ଏହା ଦ୍ୱାରା ସମସ୍ତଙ୍କୁ ନିଜ ନିୟନ୍ତ୍ରଣରେ ରଖିପାରିବ  । ଯାହାର ପରିଣାମ ସ୍ବରୂପ ବାଂଲାଦେଶରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ।

ବହିରେ ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ ହସିନା ମଧ୍ୟ ସମାନ ଦାବି କରିଥିଲେ । ଅନ୍ତରୀଣ ୟୁନୁସ ସରକାରଙ୍କୁ ସେ ଠକ କହିବା ସହ ଆଗାମୀ ଦିନରେ ବାଂଲାଦେଶ ଯାଇ ଜନତାଙ୍କୁ ନ୍ୟାୟ ଦେବେ ବୋଲି ପ୍ରକାଶ କରିଥିଲେ ।