LIVE TV

ଗୋଟିଏ ବାଇକ୍‌ରେ ଯାଉଥିଲେ ୩ ଭାଇ, ଦୁର୍ଘଟଣାରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ

NEWS7
minor-girl-alleged-misbehaved-in-nabrangpur

ବୌଦ୍ଧ ୧୦: ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ବାଇକ୍ଚାଲିଗଲା ଦୁଇ ସମ୍ପର୍କୀୟ ଭାଇଙ୍କ ଜୀବନ । ଜଣେ ଗୁରୁତର ହୋଇଛନ୍ତି । ଖୋର୍ଦ୍ଧା ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ବୌଦ୍ଧ ବାଉଁଶୁଣି ଛକରେ ଘଟିଛି ଏଭଳି ଦୁର୍ଘଟଣା । ମୃତକ ରକ୍ସା ଗ୍ରାମର ଶୁଭମ ରାଜହଂସ ଓ ଶ୍ରୀତମ ରାଜହଂସ । ଗୁରୁତର ମଞ୍ଜିତ ରାଜହଂସ । ୩ ଜଣ ଗୋଟିଏ ବାଇକ୍ ରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଘଟଣାସ୍ଥଳରେ ବାଉଁଶୁଣି ପୋଲିସ ତଦନ୍ତ ଜାରି ରଖିଛି

ସୂଚନାଯୋଗ୍ୟ ଯେ, ରକ୍ସା ଗ୍ରାମର ଶୁଭମ ରାଜହଂସ, ଶ୍ରୀତମ ରାଜହଂସ ଓ ମଞ୍ଜିତ୍ ରାଜହଂସ ୩ ସମ୍ପର୍କୀୟ ଭାଇ ଏକ ବାଇକ୍ ଯୋଗେ କୌଣସି କାମରେ ବାଉଁଶୁଣି ଆସିଥିଲେ । ବାଇକ୍‌ରେ ଦ୍ରୁତ ଗତିରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ବାଉଁଶୁଣି ଛକ ନିକଟରେ ଦୁର୍ଘଟଣାଗ୍ରସ୍ତର ଶିକାର ହୋଇଥିଲେ । ଫଳରେ ଘଟଣାସ୍ଥଳରେ ଶୁଭମ୍ ଓ ଶ୍ରୀତମଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ମଞ୍ଜିତକୁ ଗୁରୁତର ଭାବେ ଉଦ୍ଧାର କରି ବାଉଁଶୁଣି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସମସ୍ତଙ୍କ ବୟସ ୧୮ ବର୍ଷ ହୋଇଥିବା ବେଳେ ଏମାନଙ୍କ ନିକଟରେ ଗାଡ଼ିର କୌଣସି ଲାଇସେନ୍ସ ନଥିବା ସହ ସେମାନେ ହେଲମେଟ୍ ମଧ୍ୟ ପିନ୍ଧିନଥିଲେ । ଦ୍ରୁତ ଗତିରେ ଗାଡି ଚଳାଉଥିବା ଯୋଗୁଁ ଏଭଳି ଦୁର୍ଘଟଣାର ଶିକାର ହୋଇ ଜୀବନ ହରାଇଥିବା ଜଣାପଡ଼ିଛି । ତେବେ ଘଟଣାସ୍ଥଳରେ ବାଉଁଶୁଣି ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାସ ସୂଚନା ଦେଇଛନ୍ତି ।