ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ : ନ୍ୟାୟ ନପାଇ ନିରାଶ ପୀଡ଼ିତା ଜିଲ୍ଲାପାଳଙ୍କ ଦ୍ବାରସ୍ଥ

Published By : Prameya-News7 Bureau | August 04, 2025 IST

ରାୟଗଡ଼ା ୪।୮: ରାୟଗଡ଼ା ଜିଲ୍ଲାରେ ପୁଣି ଥରେ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି । ଜଣେ ୧୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏତଲା ଦେବା ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ପୀଡିତା ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଛି । 

ସୂଚନାଯୋଗ୍ୟ ଯେ, ଗତ ମାସ ୮ ତାରିଖ ଦିନ ଗୁଣପୁର ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କୁ ଉକ୍ତ ଗ୍ରାମର ଜଣେ ଯୁବକ ନାକରେ କିଛି ନିଶା ଦ୍ରବ୍ୟ ଲଗାଇ ଗାଁ ପାଖ ଜଙ୍ଗଲକୁ ନେଇ ଯାଇଥିଲା । କିଛି ସମୟ ପରେ ନାବାଳିକାଙ୍କ ହୋସ୍ ଆସିବା ପରେ ପରିବାରକୁ ଜଣାଇବା ପରେ ପରିବାର ଲୋକେ ଗୋଟିଏ ଦିନ ପରେ ଅର୍ଥାତ ୧୦ ତାରିଖରେ ଗୁଣପୁର ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିବା ପରେ ତଦନ୍ତ ଆରମ୍ଭ କରିଥିଲା । ହେଲେ ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ଦୁଷ୍କର୍ମକାରୀ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ନେଇ ଅଭିଯୋଗ କରିଛନ୍ତି ପୀଡିତା । ତାଙ୍କ ଜୀବନ ପ୍ରତି ଏବେ ବିପଦ ଥିବା ପୀଡିତା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଗୁଣୁପୁର ଥାନାରୁ ନ୍ୟାୟ ନପାଇ ନିରାଶ ହେବା ପରେ ପୀଡିତା ଜିଲ୍ଲାପାଳଙ୍କୁ ନ୍ୟାୟ ଭିକ୍ଷା କରିଛନ୍ତି । ଅନ୍ୟପଟେ ଏହି ଘଟଣାରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

You Can Read:

ପ୍ରେମିକର ବିବାହ ଅନ୍ୟତ୍ର ଠିକ୍ ହେବାରୁ ଦେଖାଦେଇଥିଲା ବିବାଦ, ପ୍ରେମିକାକୁ ରାସ୍ତାରୁ ହଟାଇଦେଲା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.