ବିଦ୍ୟୁତ ଆଘାତରେ ଚାଲିଗଲା ନାବାଳକଙ୍କ ଜୀବନ, ବିଦ୍ୟୁତ ବିଭାଗର ଅବହେଳା ଅଭିଯୋଗ

Published By : Prameya-News7 Bureau | August 17, 2025 IST

ବାଲିପାଟଣା ୧୭।୮: ବିଦ୍ୟୁତ ବିଭାଗର ଚରମ ଅବହେଳା ପାଇଁ ଚାଲିଗଲା ନାବାଳକଙ୍କ ଜୀବନ । ବାଲିପାଟଣା ଥାନା କୁଳନ୍ତିରା ଶାସନରେ ବିଦ୍ୟୁତ ଆଘାତରେ ନାବାଳକଙ୍କ ଜୀବନ ଯାଇଛି । ମୃତକ ହେଲେ କୁଳନ୍ତିରା ଶାସନ ଗ୍ରାମର ଅକ୍ଷୟ ଭୋଇଙ୍କ ପୁଅ ।

ନାବାଳଙ୍କ ଘର ନିକଟରେ ଏକ ଇଲେକ୍ଟ୍ରିକ୍ ପୋଲ ରହିଛି । ପୋଲରୁ ଷ୍ଟେ ଭିଡ଼ାଯାଇ ଏକ ଗଛରେ ବନ୍ଧିଥିଲେ ବିଦ୍ୟୁତ କର୍ମଚାରୀ । ଷ୍ଟେ ତାରରେ ବିଦ୍ୟୁତ ଚାର୍ଜ ହୋଇଥିଲା । ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ବିଦ୍ୟୁତ କର୍ମଚାରୀ ଏହି ଷ୍ଟେ ତାରକୁ ହଟାଇ ନଥିଲେ ।  ନାବାଳକ ଜଣଙ୍କ ଉକ୍ତ ଷ୍ଟେ ତାରକୁ ଧରି ଦେଇଥିଲେ । ଏଥିରେ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା । ଗାଁ ଲୋକେ ଏହା ଦେଖି ତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା ଜଣାପଡିବା ପରେ ଗାଁରେ ଶୋକକୂଳ ପରିବେଶ ସୃଷ୍ଟି ହେବା ସହ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଦାୟୀ କରିଛନ୍ତି ଗାଁ ଲୋକେ । 

You Can Read:

କୀର୍ତ୍ତିନିଆରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ପ୍ରବଳ ବର୍ଷା ଓ ପବନ ପାଇଁ ବାରଣ କଲା ମତ୍ସ୍ୟ ବିଭାଗ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.