ବେଆଇନ ବାଣ ନିଷ୍କ୍ରିୟ ସମୟରେ ଅଘଟଣ, ପ୍ରଚଣ୍ଡ ଶବ୍ଦରେ ଫାଟିଲା ଘରର କାନ୍ଥ

NEWS7
ministry-of-civil-aviation-has-given-in-principle-approval-for-puri-international-airport

ପାରାଦୀପ: ବେଆଇନ ବାଣ ନିଷ୍କ୍ରିୟ ସମୟରେ ଅଘଟଣ। ପ୍ରଚଣ୍ଡ ଶବ୍ଦରେ ଫାଟିଲା ଘରର କାନ୍ଥ। କଟକ ଜଗତପୁର ପୋଲିସ ମହାଜନପୁର ଗ୍ରାମରୁ ବେଆଇନ ବାଣ ଜବତ କରି ବାରବୋଡ଼ିଆ ମହାନଦୀ ପଠାରେ ନିଷ୍କ୍ରିୟ ସମୟରେ ଦେଖିବାକୁ ମିଳିଛି ଅଘଟଣ।

ସୂଚନା ଅନୁସାରେ, ୨ ଟ୍ରାକ୍ଟର ବେଆଇନ ବାଣକୁ ଜଗତପୁର ପୋଲିସ ଜବତ କରି, ଅଗ୍ନିଶମ ବାହିନୀ ସହଯୋଗୀରେ ବାରଗୋଡ଼ିଆ ମହାନଦୀ ପଠାରେ ନିଷ୍କ୍ରିୟ କରିବାକୁ ନିଆଯାଇିଲା। ମାତ୍ର ନିଷ୍କ୍ରିୟ ସମୟରେ ଭୟଙ୍କର ଶବ୍ଦ ହୋଇଥିବା ଅଭିଯୋଗ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅଭିଯୋଗ ଅନୁସାରେ, ପ୍ରଚଣ୍ଡ ଶବ୍ଦ ଶୁଣି ଭୟରେ ସେମାନେ ଘରୁ ବାହାରିଆସିଥିଲେ।

ଏହି ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ, ୧୫ରୁ ଉର୍ଦ୍ଧ୍ବ ଘରର କାନ୍ଥ ଫାଟିବା ସହ ଆଜବେଷ୍ଟସ ଭାଙ୍ଗିବା, ଟିଭି, ଫ୍ରିଜ, ବଲ ପୋଡିଯାଇଥିବା ଅଭିଯୋଗ ହୋଇଛି। ଗାଁର ମାତ୍ର ୨୦୦ ମିଟର ଦୂରରେ ଏଭଳି ଘଟଣା ହୋଇଥିଲା ବେଳେ ସାରା ଅଞ୍ଚଳ ଧୂଆଁମୟ ହେବାସହ ବାୟୁ ପ୍ରଦୂଷଣ ହେବାକୁ ଦେଖିବାକୁ ମିଳିଛି। ଯାହା ଫଳରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟଭୀତ ହୋଇପଡିଛନ୍ତି। ସ୍ଥାନୀୟ ଅଂଚଳର ଲୋକମାନେ କ୍ଷତିପୂରଣ ଦାବି କରିଛନ୍ତି।