ଭୁବନେଶ୍ୱର ୩୦।୦୬ : ଧାନ କିଣା ଅବଧି ସରିଥିଲେ ବି ସମସ୍ତ ଟୋକନରୁ ଧାନ ନେବେ ସରକାର । କିନ୍ତୁ ବାକି ଥିବା ସମସ୍ତ ଚାଷୀଙ୍କୁ ଆଜି ଆଖି ସ୍କାନ କରିବାକୁ ପରାମର୍ଶ ଦେଇଛନ୍ତି । ଯଦି ଆଖି ସ୍କାନ କରିଥିଲେ, ତେବେ ପରବର୍ତ୍ତୀ ସମୟରେ ବି ଧାନ ନେବେ ସରକାର ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନେକ ଜାଗାରେ ଛତିଶଗଡ଼ ଧାନ ଓଡ଼ିଶାରେ ସିଜ ହୋଇଛି । କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କା ଦେବାରୁ ବାହାରକୁ ଯାଉଥିବା ଧାନ ଓଡ଼ିଶାରେ ରହିଯାଉଛି। ସେଥିପାଇଁ ଧାନ ଅଧିକ ହୋଇଯାଉଛି । ଚଳିତ ବର୍ଷ ପ୍ରାୟ ୧୯ ଲକ୍ଷ ମେଟ୍ରିକ ଟନ ଧାନ ରବିରେ କିଣା ସାରିଲାଣି । ଗତ ବର୍ଷ ୧୨ ଲକ୍ଷ ମେଟ୍ରିକ ଟନ କିଣା ହୋଇଥିଲା । ଏବେ ୭ ଲକ୍ଷ ମେଟ୍ରିନ ଟନ ଧାନ ଅଧିକ କିଣା ହେଲାଣି । ଆଗକୁ ସମସ୍ତଙ୍କର ଧାନ କିଣା ହେବ । କୌଣସି ଜଣେ ଚାଷୀର ବି ଟୋକନ ଲାପ୍ସ ହେବ ନାହିଁ ।