ଭୁବନେଶ୍ୱର ୨୧।୦୭ : ଦଲାଲ ମୁକ୍ତ ହୋଇନି ରେଜେଷ୍ଟ୍ରି ଅଫିସ। ଲୋକଙ୍କ ଠାରୁ ପଜିଟିଭ ଫିଡ୍ବ୍ୟାକ୍ ଆସିଛି କିନ୍ତୁ କିଛି ଅବ୍ୟବସ୍ଥା ରହିଛି। ଆଇଜିଆର ଅଫିସରେ ଏକା ସାଙ୍ଗରେ ଭିଡ଼ ହୋଇଯାଉଛି । ସୋସାଇଟି ରେଜିଷ୍ଟ୍ରେସନ ବିଳମ୍ବ ହେଉଥିବାରୁ ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟକୁ ସଂଶୋଧନ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
ସୋମବାର କଟକ ଆଇଜିଆର ଅଫିସରେ ସରପ୍ରାଇଜ ଭିଜିଟରେ ପହଞ୍ଚିଥିଲେ ରାଜସ୍ବ ମନ୍ତ୍ରୀ । କେତେ ଆବେଦନ ଆସିଛି କେତେ ସମୟ ସୀମାରେ ସରିଛି। ଆଉ କଣ ସମସ୍ୟା ରହିଛି ସେ ବିଷୟରେ ସମୀକ୍ଷା କରିଥିଲେ ମନ୍ତ୍ରୀ ।AI କଣ୍ଟ୍ରୋଲ ରୁମରେ ସମୀକ୍ଷା କରିବା ସହ ସାଧାରଣ ଲୋକଙ୍କ ମତାମତ ନେଇଥିଲେ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ ରେଜିଷ୍ଟର ଅଫିସକୁ କିଛି ଲୋକ ବାରମ୍ବାର ଆସୁଛନ୍ତି । ସେମାନଙ୍କ ଉଦ୍ଦେଶ୍ୟ ମହତ୍ବ ନୁହେଁ ବୋଲି ସନ୍ଦେହ କରିଛନ୍ତି ମନ୍ତ୍ରୀ । ସମ୍ପୂର୍ଣ୍ଣ ଦଲାଲ ମୁକ୍ତ କରିବାକୁ ଆଗାମୀ ଦିନରେ ପଦକ୍ଷେପ ନିଆଯିବ। ଏହାସହ ସରକାରୀ କାମରେ ବିଳମ୍ବ କଲେ ଅଧିକାରୀଙ୍କ ଉପରେ ଫାଇନ ଲାଗିବ। କିଛି ଅଧିକାରୀ କାର୍ଯ୍ୟରେ ବିଳମ୍ବ କରୁଛନ୍ତି ସେମାନଙ୍କୁ ଆଇନ ଅନୁଯାୟୀ ଜରିମାନା ପକାଇବାକୁ ମନ୍ତ୍ରୀ ସରପ୍ରାଇଜ ଭିଜିଟ ବେଳେ ନିର୍ଦ୍ଦେଶ ଦେଇଛନ୍ତି ।