ହନୁମାନ ଜୟନ୍ତୀ ଅବସରରେ ମନ୍ଦିରରେ ପୂଜା ପାଠ କଲେ ମନ୍ତ୍ରୀ ପୃଥ୍ୱୀରାଜ୍ ହରିଚନ୍ଦନ 

Published By : Prameya-News7 Bureau | April 14, 2025 IST

ଭୁବନେଶ୍ବର ୧୪।୦୪ : ଓଡ଼ିଆ ନବବର୍ଷ , ପଣା ସଂକ୍ରାନ୍ତି  ଓ ହନୁମାନ ଜୟନ୍ତୀ ଖୁବ୍ ଧୁମଧାମର ସହ ପାଳନ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ୍ ହରିଚନ୍ଦନ। କଟକ ଜିଲ୍ଲା ଚୌଦ୍ଵାର ଆଗ୍ରହାଟ ପଞ୍ଚାୟତ କୁଜିବର ଠାରେ ଥିବା ବହୁ ପୁରାତନ ହନୁମାନ ମନ୍ଦିରରେ ପହଞ୍ଚିଛନ୍ତି ମନ୍ତ୍ରୀ। ସେଠାରେ କଳସ  ବୁଡ଼ାଇବା ସହିତ ପୂଜାର୍ଚ୍ଚନା କରିଛନ୍ତି । 

ମନ୍ତ୍ରୀ ଓ ତାଙ୍କ ପରିବାର ବହୁ ସମୟରେ ଏହି ପୀଠକୁ ଆସୁଥିବା ବେଳେ ସୋମବାର ହନୁମାନଙ୍କ ଦର୍ଶନ କରିଛନ୍ତି । ଏହି ପୀଠ ବହୁ ପୁରାତନ ହୋଇଥିବା ବେଳେ ଏଠାରେ ଏକ ଶକ୍ତି ଥିବା ମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଏହି ପୀଠର ଉନ୍ନତି ହେବା ସହିତ ଏହା ରାଜ୍ୟର ପ୍ରମୁଖ ସ୍ଥାନ ହୋଇ ପାରିବ ବୋଲି ସେ କହିଛନ୍ତି ।  ମନ୍ତ୍ରୀ ଆହୁରି କହିଛନ୍ତି, ଏହି ପୀଠର ବହୁ ମହତ୍ତ୍ଵ ଅଛି । ଏଠାରେ ମାନସିକ କରୁଥିବା ମାନସିକଧାରୀଙ୍କ ସମସ୍ତ ମାନସିକ ପୂରଣ ହୋଇଥାଏ।  

ପ୍ରାୟ ୪୦ ବର୍ଷ ଧରି ଏଠାରେ ଗୁପ୍ତ ଭାବେ ପୂଜା ପାଇ ଆସୁଥିବା ମହାବୀର ଜଙ୍ଗଲ ପରିବେଶ ଭିତରେ ରହୁଛନ୍ତି। ସରକାରଙ୍କ ପକ୍ଷରୁ ସେହିଭଳି କିଛି କାର୍ଯ୍ୟ କରାଯାଇ ନାହିଁ । ଆଗାମୀ ଦିନରେ ସରକାର ଚାହିଁଲେ ଏହି ପୀଠର ଉନ୍ନତି ହେବ ବୋଲି ଆଶା କରାଯାଉଥିବା ପୂଜକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.