ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ସମସ୍ୟାର ସମାଧାନ ହେଉଛି, ଆଗକୁ ଭୁବନେଶ୍ୱର ବାହାରେ ହୋଇପାରେ ଶୁଣାଣି- ମନ୍ତ୍ରୀ ବିଭୂତି ଜେନା

Published By : Prameya-News7 Bureau | July 28, 2025 IST

ଭୁବନେଶ୍ୱର ୨୮।୦୭ : ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠର ଆଜି ୧୩ତମ ଅଭିଯୋଗ ଶୁଣାଣି ଥିଲା । ଏବେ ଯାଏଁ ୧୧, ୫୧୬ ଅଭିଯୋଗ ମଧ୍ୟରୁ ୧୦, ୫୦୨ ଅଭିଯୋଗର ସମାଧାନ ହୋଇଛି । ଯାହା ୯୧ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି । ୪୮ ଗୋଟି ଅଭିଯୋଗର ତର୍ଜମା କରି ୫୩ ଲକ୍ଷ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଦେଇସାରିଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ବିଭୂତି ଜେନା । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୋମବାର ୧୩ ତମ ପାଳିରେ ୩ ଅଭିଯୋଗ ଆର୍ଥିକ ସହାୟତା ପାଇଁ ଆସିଥିଲେ । ଯାହାଙ୍କୁ ଦେଢ଼ ଲକ୍ଷ ଟଙ୍କାର ସହାୟତା ମିଳିଛି। ଆଜିର ଅଭିଯୋଗ ଶୁଣାଣି ସମୟରେ ୯ ଜଣ ବରିଷ୍ଠ ମନ୍ତ୍ରୀ ସହଯୋଗ କରିଥିଲେ। ବିଭାଗୀୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଆଜି ହଜାରରୁ ଅଧିକ ଅଭିଯୋଗ ଗ୍ରହଣ କରାଯାଇଛି।  ସେହିପରି ରାଜଧାନୀରୁ ଦୂରକୁ ଯାଇ ଅଭିଯୋଗ ଶୁଣାଣି କରିବାକୁ ବ୍ୟବସ୍ଥା କରୁଛନ୍ତି ସରକାର । ରାଜ୍ୟର ଅନ୍ୟ ଜାଗାରେ ମଧ୍ୟ ଅଭିଯୋଗ ଶୁଣିବେ ସରକାର। ଲୋକଙ୍କ ଅଭିଯୋଗର ସମାଧାନ ପାଇଁ ଅଭିଯୋଗ ଶୁଣାଣି ଚାଲିଛି । ଏବେ ଯାଏଁ କୌଣସି ଅଭିଯୋଗକାରୀଙ୍କ କ୍ଷୋଭ ଆମ ନଜରକୁ ଆସିନାହିଁ । ଯଦି ଭବିଷ୍ୟତରେ ଆସେ, ତାହାକୁ ଆମେ ସମାଧାନ ପାଇଁ ଚେଷ୍ଟା କରିବୁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.