ଭୁବନେଶ୍ବର: ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ହେଲେ ପିଲାଙ୍କ ବୟସ ସୀମା ୬ ବର୍ଷରୁ ଅଧିକ ହେବା ଆବଶ୍ୟକ। ନୂଆ ଶିକ୍ଷା ନୀତି ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଥବାବେଳେ ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାର ପ୍ରକାଶ ପାଇଛି ବିଜ୍ଞପ୍ତି। ବିଜ୍ଞପ୍ତି ଅନୁଯାୟୀ, ସେପ୍ଟେମ୍ବର ୧ ସୁଦ୍ଧା ୬ ବର୍ଷରୁ ଅଧିକ ହୋଇଥିଲେ ପିଲାଙ୍କ ଆଡମିଶନ ହୋଇପାରିବ। ଆହୁରି ମଧ୍ୟ ପ୍ରତି ସ୍କୁଲରେ ଶିଶୁ ବାଟିକା ଖୋଲାଯିବା କଥା ମଧ୍ୟ କୁହାଯାଇଛି। ଯେଉଁଥିରେ ୫ରୁ ୬ ବର୍ଷର ଶିଶୁ ପାଠ ପଢ଼ିବେ।
ସୂଚନାଥାଉକି, ୨୦୨୫-୨୬ ଶିକ୍ଷା ବର୍ଷରେ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।ଜାତୀୟ ଶିକ୍ଷା ନୀତିରେ ପ୍ରାରମ୍ଭିକ ଶିକ୍ଷା ପ୍ରତି ଗୁରୁତ୍ୱାରୋପ କରାଯାଇଛି। ଏଥିପାଇଁ ବିଦ୍ୟାଳୟରେ ପୁରୁଣା ୧୦+୨ ପାଠ୍ୟ ଖସଡ଼ା ସ୍ଥାନରେ ୫+୩+୩+୪ ପାଠ୍ୟକ୍ରମ ଲାଗୁ କରାଯିବ। ଏହା ଅନୁଯାୟୀ ବୟସ ଯଥାକ୍ରମେ ୩ରୁ ୮ ବର୍ଷ, ୮ରୁ ୧୧ ବର୍ଷ, ୧୧ରୁ ୧୪ ବର୍ଷ ଏବଂ ୧୪ରୁ ୧୮ ବର୍ଷ ରଖାଯାଇଛି। ପ୍ରାକ୍ ବିଦ୍ୟାଳୟରୁ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ସମସ୍ତ ଶିକ୍ଷାକୁ ବ୍ୟାପକ କରିବା ପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦ରେ ଗୁରୁତ୍ଵାରୋପ କରାଯାଇଛି।