ସୁନ୍ଦରଗଡ଼ରୁ ବିସ୍ଫୋରକ ଲୁଟ୍ ଘଟଣା : ପଥର ଖଣି ମାଲିକଙ୍କୁ ନୋଟିସ୍ ଜାରି କଲା ଖଣି ବିଭାଗ

Published By : Prameya-News7 Bureau | June 06, 2025 IST

ରାଉରକେଲା ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ଅଞ୍ଚଳରୁ ମାଓବାଦୀ ବିସ୍ଫୋରକ ଲୁଟ୍ କରିବା ଘଟଣାରେ ନୋଟିସ୍ ଜାରି । ପଥର ଖଣି ମାଲିକ ନିରଜ ପାଣ୍ଡେଙ୍କୁ ନୋଟିସ୍ ଜାରି କରିଛି ଖଣି ବିଭାଗ । ଦୁଇ ଦିନ ଭିତର ହାଜର ହେବା ପାଇଁ ନୋଟିସ୍‌ରେ ଉଲ୍ଲେଖ ରହିଛି । କେଉଁ ପରିସ୍ଥିତିରେ ଏତେ ପରିମାଣରେ ବିସ୍ଫୋରକ ଲୁଟ୍ ହେଲା ସେନେଇ ଖୋଳତାଡ଼ କରିବ ଖଣି ବିଭାଗ । 

ସୂଚନାଯୋଗ୍ୟ ଯେ, ଲୁଟ୍‌ ହୋଇଥିବା ୫ ଟନ୍‌ ବିସ୍ଫୋରକ ମଧ୍ୟରୁ ୩.୮ ଟନ୍‌ ବିସ୍ଫୋରକ ଜବତ ହୋଇଛି । ବାକି ବିସ୍ଫୋରକ କେଉଁଠି ଅଛି ତାକୁ ନେଇ ଚାଲିଛି ତନାଘନା । ଗିରଫ ହୋଇଥିବା ଗୋଦାମ ମାଲିକ ଶ୍ରବଣ ଅଗ୍ରଓ୍ବାଲଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇ ଖୋଳତାଡ଼ ଚଳାଇଛି ରାଉରକେଲା ପୋଲିସ । ଅନ୍ୟପଟେ ବୁଧବାର ତେଲେଙ୍ଗାନାରୁ ଆସିଥିବା ବିସ୍ଫୋରକ ବୋଝେଇ ଗାଡ଼ି ଜବତ ହେବା ଏବଂ ଶ୍ରବଣଙ୍କ ପତ୍ନୀ ନିକିତା ଅଗ୍ରଓ୍ବାଲଙ୍କ ନାଁରେ ଏହି ବିସ୍ଫୋରକ ଆସିଥିବା ଜାଣିବା ପରେ ନିକିତାଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରିଛି ପୋଲିସ । ଶ୍ରବଣ ଅଗ୍ରଓ୍ବାଲ ଓ ନିକିତା ଅଗ୍ରଓ୍ବାଲ ଦୁଇ ଜଣଙ୍କ ନାଁରେ ଦୁଇଟି ଲାଇସେନ୍ସ ଥିବା ଜାଣିବାକୁ ପାଇଛି SIT । ଶ୍ରବଣଙ୍କ ବିସ୍ଫୋରକ ବେପାରର ଖୋଳତାଡ଼ କରିଛି GST ବିଭାଗ । 

You Can Read:

ରଥଯାତ୍ରା ପୂର୍ବରୁ ଆକ୍ସନ ମୋଡ୍ରେ ପୁରୀ ପୋଲିସ, ୬ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.