ବିଏମ୍‌ଡବ୍ଲୁ ହିଟ୍ ଆଣ୍ଡ ରନ୍‌ ମାମଲାରେ ମୁଖ୍ୟ ଅଭିଯୁକ୍ତ ମିହିର ଶାହ ଗିରଫ; ୩ ଦିନ ହେଲା ଫେରାର ଥିଲା

Published By : Prameya-News7 Bureau | July 09, 2024 IST

indiatoday

ମୁମ୍ବାଇ: ବିଏମ୍‌ଡବ୍ଲୁ ହିଟ୍ ଆଣ୍ଡ ରନ୍‌ ମାମଲାରେ ମୁଖ୍ୟ ଅଭିଯୁକ୍ତି ମିହିର ଶାହ ଗିରଫ ହୋଇଛି। ମଙ୍ଗଳବାର ମୁମ୍ବାଇ ପୁଲିସ ତାଙ୍କୁ ଗିରଫ କରିଛି। ଜୁଲାଇ ୭ ତାରିଖରେ ସ୍କୁଟରରେ ଯାଉଥିବା ଦମ୍ପତିଙ୍କୁ ଧକ୍କା ଦେଇ ଖସି ପଳାଯାଇଥିଲା। ଏଥିରେ ମହିଳାଙ୍କର ମୃତ୍ୟୁ ହୋଇଥିଲା। 

୨୪ ବର୍ଷୀୟ ମିହିର ହେଉଛନ୍ତି ଏକନାଥ ଶିବେସନା ନେତା ରାଜେଶ ଶାହଙ୍କ ପୁଅ। ମହିରିର ଏଭଳି ଘଟଣା ପାଇଁ ୱର୍ଲି ପୁଲିସ ରାଜେଶଙ୍କୁ ଗିରଫ କରିଥିଲା। ହେଲେ ସୋମବାର ସେ ଜାମିନ ପାଇ ମୁକୁଳିଛନ୍ତି।  

ଜୁଲାଇ ୭ ତାରିଖ ସକାଳ ସମୟରେ ୱର୍ଲିର ଆନି ବେଶାନ୍ତ ରୋଡରେ ମିହିରଙ୍କ ବିଏମ୍‌ଡବ୍ଲୁ କାର୍ ଦମ୍ପତ୍ତିଙ୍କୁ ସ୍କୁଟରକୁ ଧକ୍କା ଦେଇଥିଲା। ଫଳରେ କାବେରୀ ନଖୱା ନାମକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ତାଙ୍କ ସ୍ୱାମୀ ପ୍ରଦୀପ ଆହତ ହୋଇଥିଲେ। ଏହି ବିଏମ୍‌ଡବ୍ଲୁ କାର୍‌ଟି ମିହିର ଶାହ ଚଳାଉଥିଲେ। ତାଙ୍କ ଡ୍ରାଇଭର ରାଜ୍ରିଶ ବିଦାୱତ ତାଙ୍କ ପାଖ ସିଟ୍‌ରେ ବସିଥିଲେ। ଦୁର୍ଘଟଣା ଘଟାଇବା ପରେ ମିହିର ଶାହ ଫେରାର୍ ହୋଇଯାଇଥିଲା। ଫେରାର୍‌ ହେବାର ୩ ଦିନ ପରେ ମଙ୍ଗଳବାର ପୁଲିସ ତାଙ୍କୁ ଗିରଫ କରିଛି। ଏହା ପୂର୍ବରୁ ଶିବସେନା ନେତା ମିଲିନ୍ଦ ଦେଓରା ମଧ୍ୟ ମିହିରଙ୍କ ଗିରଫଦାରୀ ଦାବି କରିଥିଲେ। ଦୁର୍ଘଟଣା ପଛରେ ଶିବସେନା ନେତାଙ୍କ ପୁଅ ଅଛନ୍ତି। ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦେଓରା କହିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.