ପୌଷ ପୂର୍ଣ୍ଣିମାରେ ରକ୍ତରଞ୍ଜିତ ହେଲା ଚାନ୍ଦଲୀ ପୀଠ; ବିଶ୍ବାସ ରହିଛି- ମାନସିକ କଲେ ନିଶ୍ଚିତ ପୂରଣ ହୁଏ

NEWS7
mihir-meghani-millions-dollar-hinduism-hindu-advocacy-in-america

ସୁନ୍ଦରଗଡ଼ ୩।୧: ବିଶ୍ବାସ ରହିଛି, ଏଠାକୁ ଆସି ମାନସିକ କଲେ ନିଶ୍ଚିତ ପୂରଣ ହୁଏ । ଆଉ ମାନସିକ ପୂରଣ ପାଇଁ ରକ୍ତରଞ୍ଜିତ ହୁଏ ପୀଠ । କାହିଁ କେଉଁ କାଳରୁ ରହିଆସିଛି ପରମ୍ପରା । ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ୍ ରାଏଡିହି ଗାଁ ନିକଟ ପାହାଡ଼ ଉପରେ ରହିଛି ମା’ ଚାନ୍ଦଲୀଙ୍କ ପୀଠ । ପୌଷ ପୂର୍ଣ୍ଣିମାରେ ଏଠାରେ ହୁଏ ଚାନ୍ଦଲୀ ଯାତ୍ରା । ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ଧୁମ୍ଧାମ୍ରେ ପାଳିତ ହୋଇଛି ଏହି ଯାତ୍ରା ।

ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ୍ ରାଏଡ଼ିହି ଗ୍ରାମ ନିକଟରେ ଥିବା ପାହାଡ଼ ଉପରେ ରହିଛି ମା’ ଚାନ୍ଦଲୀ ପୀଠ । ମା’ଙ୍କ ଆଶିଷ ପାଇଁ କାହିଁ କେତେ ଦୂରରୁ ଆସିଥାନ୍ତି ଶ୍ରଦ୍ଧାଳୁ । ରାଏଡିହି ଗ୍ରାମ ନିକଟରେ ରହିଥିବା ପାହାଡ଼ର ନାମ ଅନୁସାରେ ଦେବୀଙ୍କ ନାଁ ମଧ୍ୟ ଚାନ୍ଦଲୀ ପାଟ । ବିଶ୍ୱାସ ରହିଛି ଏଠାକୁ ଆସି ମା’ଙ୍କ ନିକଟରେ ମାନସିକ କଲେ ମନୋବାଞ୍ଛା ନିଶ୍ଚିତ ଭାବେ ପୂରଣ ହୁଏ । ଏଥିପାଇଁ ଏଠାରେ ଛେଳି କୁକୁଡ଼ା ଆଦି ବଳି ମଧ୍ୟ ଦିଆଯାଏ । ଏହି ବାଟରେ ଯିଏ ଯାଏ ମନ୍ଦିର ନିକଟରେ ଅଟକି ମା’ଙ୍କୁ ସ୍ମରଣ କରି ଯାଇଥାନ୍ତି ।

ତେବେ ବର୍ତ୍ତମାନ ଏହି ବଳିପ୍ରଥାକୁ ବନ୍ଦ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି ବୋଲି ଯାତ୍ରା କମିଟି ସଦସ୍ୟ ମାନେ କହିଛନ୍ତି । ଚାନ୍ଦଲୀ ପାଟର ଇତିହାସ ବହୁ ପୁରୁଣା । କେତେବର୍ଷ ଆଗରୁ ଏହି ପାହାଡ଼ ଉପରେ ମା’ ପୂଜା ପାଇ ଆସୁଛନ୍ତି ତାହା ଠିକ୍ ଭାବେ କାହାକୁ ଜଣାନାହିଁ । ପୁରୁଷ ପୁରୁଷରୁ ଚାଲିଆସୁଛି ଏହି ପୂଜାର୍ଚ୍ଚନା ।