କୁମ୍ଭ ରାଶି ବ୍ୟକ୍ତିଙ୍କ ପାଇଁ ଦିନଟି ବହୁତ ଭଲ ରହିବ, ବିଦ୍ୟାର୍ଥୀମାନେ ଲକ୍ଷ୍ୟ ପୂରଣ କରିବାରେ ସଫଳ ହେବେ

NEWS7
microsofts-satya-nadella-tops-hsbc-hurun-global-indians-list-2024

ମେଷ- ଦିନଟି ସକାରାତ୍ମକ ରହିବ। ଅଟକି ରହିଥିବା ଧନ ପ୍ରାପ୍ତି ହେବା ସହ ମାନସିକ ଶାନ୍ତି ମିଳିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନୂତନ ବିଷୟ ଅଧ୍ୟୟନ କରିବାରେ ସଫଳ ହେବେ। ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ପାଇଁ ଆଲୋଚନା ହୋଇପାରେ।

ବୃଷ- ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ସାମାନ୍ୟ ସତର୍କ ରୁହନ୍ତୁ। ତଥାପି କର୍ମକ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ କରି ସଫଳତା ପାଇବେ। ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ଅଧିକ ସମୟ ଦେବେ। ଆର୍ଥିକ ନେଣଦେଣ କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ମିଥୁନ- ଦିନଟି ହସଖୁସିରେ କଟିବ ଏବଂ ବନ୍ଧୁମାନଙ୍କ ଠାରୁ ପୂର୍ଣ୍ଣ ସହଯୋଗ ମିଳିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ କରିବେ। କୌଣସି ସୂତ୍ରରୁ ଶୁଭ ସମ୍ବାଦ ପାଇ ମନ ପ୍ରଫୁଲ୍ଲ ରହିବ।

କର୍କଟ- ଘାତବାର ରହିଛି, ତେଣୁ ବିଶେଷ ସତର୍କ ରୁହନ୍ତୁ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଏବଂ ଯାତ୍ରା କଲାବେଳେ ସାବଧାନ ରୁହନ୍ତୁ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ବାଧା ଅନୁଭବ କରିବେ। ବିବାଦଠାରୁ ଦୂରେଇ ରହିବା ଆପଣଙ୍କ ପାଇଁ ଶ୍ରେୟସ୍କର।

ସିଂହ- କର୍ମକ୍ଷେତ୍ରରେ ଆପଣଙ୍କର ମାନ-ସମ୍ମାନ ବୃଦ୍ଧି ପାଇବ ଏବଂ ନୂତନ ସୁଯୋଗ ପ୍ରାପ୍ତି ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା ପାଇଁ କୌଣସି ଭଲ ଖବର ପାଇପାରନ୍ତି। ଆର୍ଥିକ ଲାଭ ହେବାର ଦୃଢ଼ ଯୋଗ ରହିଛି ଏବଂ ମନ ଉତ୍ସାହିତ ରହିବ।

କନ୍ୟା- ପରିବାର ସହ ସମୟ ଅତିବାହିତ କରିବାର ସୁଯୋଗ ମିଳିବ ଏବଂ ସମ୍ପର୍କରେ ମଧୁରତା ଆସିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ କଠିନ ପରିଶ୍ରମ କରି ସଫଳ ହେବେ। ଅଟକି ରହିଥିବା ସରକାରୀ କାର୍ଯ୍ୟ ସମ୍ପନ୍ନ ହୋଇଯିବ।

ତୁଳା- କୃଷ୍ଣ ପକ୍ଷର ଦ୍ୱିତୀୟ ଚନ୍ଦ୍ର ହେତୁ ଦିନଟି ମଧ୍ୟମ ଫଳଦାୟୀ ରହିବ। ଆର୍ଥିକ ନେଣଦେଣ କଲାବେଳେ ସତର୍କ ରୁହନ୍ତୁ, ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହୋଇପାରେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଏକାଗ୍ରତାର ସହ ପଢ଼ିଲେ ଭଲ ଫଳ ପାଇବେ। କୌଣସି ପୁରୁଣା ସୁଖଦ ସ୍ମୃତିକୁ ନେଇ ମନ ପ୍ରସନ୍ନ ରହିବ।

ବିଛା- ନିଜ ରାଶିରେ ଚନ୍ଦ୍ର ଥିବାରୁ ଆପଣ ଅତ୍ୟନ୍ତ ପ୍ରଭାବଶାଳୀ ରହିବେ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନୂତନ ପ୍ରୟୋଗ କରି ସଫଳତା ପାଇବେ। ସାମାଜିକ ସ୍ତରରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ ଏବଂ ଦିନଟି ପ୍ରସନ୍ନତାରେ କଟିବ।

ଧନୁ- ଅନାବଶ୍ୟକ ଖର୍ଚ୍ଚ ଯୋଗୁ ଆର୍ଥିକ ସ୍ଥିତି ଉପରେ ଚାପ ପଡ଼ିପାରେ, ତେଣୁ ବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଏକାଗ୍ରତାର ଅଭାବ ଅନୁଭବ କରିବେ। ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ ଏବଂ କ୍ରୋଧରୁ ଦୂରେଇ ରୁହନ୍ତୁ।

ମକର- ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ ଏବଂ ନୂତନ ବନ୍ଧୁତା ସ୍ଥାପନ ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଗୁରୁଜନଙ୍କ ମାର୍ଗଦର୍ଶନରେ ଉନ୍ନତି କରିବେ। କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗରେ ଆପଣଙ୍କର ବଡ଼ ସମସ୍ୟାର ସମାଧାନ ହୋଇପାରେ।

କୁମ୍ଭ- ଦିନଟି ବହୁତ ଭଲ ରହିବ ଏବଂ ମାନସିକ ସନ୍ତୋଷ ମିଳିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ସେମାନଙ୍କର ଲକ୍ଷ୍ୟ ପୂରଣ କରିବାରେ ସଫଳ ହେବେ। ଆର୍ଥିକ ଲାଭ ହେବା ସହ ନୂତନ ସମ୍ପତ୍ତି କ୍ରୟର ଯୋଗ ରହିଛି।

ମୀନ- ଧର୍ମ କାର୍ଯ୍ୟରେ ମନ ଲାଗିବ ଏବଂ ଆଧ୍ୟାତ୍ମିକ ଶାନ୍ତି ମିଳିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ସଫଳତା ପାଇବେ। ପରିବାର ସହ କୌଣସି ଧାର୍ମିକ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି ଏବଂ ଦିନଟି ସୁଖଦ ରହିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682