ଟ୍ରମ୍ପଙ୍କ ବିୁର୍ଦ୍ଧରେ ରଣହୁଙ୍କାର: ଗ୍ରୀନ୍‌ଲାଣ୍ଡକୁ ସୁରକ୍ଷା ଦେବାକୁ ବାହାରିଲେ ୮ ୟୁରୋପୀୟ ଦେଶ, ଟାରିଫ ନେଇ ଦେଲେ କଡ଼ା ଚେତାବନୀ

NEWS7
meteorological-dept-advised-not-to-out-between-11-am-and-4-pm

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଗ୍ରୀନ୍‌ଲାଣ୍ଡ କବ୍ଜାକୁ ନେଇ ଅଶନ୍ତୋଷ ତୀବ୍ର ହେବାରେ ଲାଗିଛି। ଏହାକୁ ବିରୋଧ କରୁଥିବା ୟୁରୋପିୟନ ୟୁନିୟନର ରାଷ୍ଟ୍ରଗୁଡ଼ିକ ଉପରେ ଟ୍ରମ୍ପ ୧୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ଏବେ ସେମାନେ ଟ୍ରମ୍ପ ବିରୁଦ୍ଧରେ ରଣ ହୁଙ୍କାର ଦେଇଛନ୍ତି।

ରବିବାର ୮ ୟୁରୋପୀୟ ରାଷ୍ଟ୍ର ଟ୍ରମ୍ପଙ୍କ ବିରୁଦ୍ଧରେ ଯାଇ ଡେନମାର୍କ ରାଜ୍ୟ ଏବଂ ଗ୍ରୀନଲ୍ୟାଣ୍ଡର ଲୋକଙ୍କୁ ପୂର୍ଣ୍ଣ ସମର୍ଥନ ଘୋଷଣା କରିଛନ୍ତି। ଏନେଇ ଏକ ମିଳିତ ବିବୃତ୍ତି ଜାରି କରାଯାଇଥିବା ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ ରିପୋର୍ଟ କରିଛି। ଏହି ୮ ରାଷ୍ଟ୍ର ହେଲେ ଡେନମାର୍କ,ଫିନଲ୍ୟାଣ୍ଡ,ଫ୍ରାନ୍ସ,ଜର୍ମାନୀ,ନେଦରଲ୍ୟାଣ୍ଡ,ନରୱେ,ସ୍ୱିଡେନ ଏବଂ ବ୍ରିଟେନ।


ରୟଟର୍ସର ରିପୋର୍ଟ ଅନୁସାରେ, ଏହି ୟୁରୋପୀୟ ରାଷ୍ଟ୍ରଙ୍କ ଦ୍ୱାରା ଜାରି କରାଯାଇଥିବା ମିଳିତ ବିବୃତ୍ତିରେ କୁହାଯାଇଛିଆମେ ଡେନମାର୍କ ରାଜ୍ୟ ଏବଂ ଗ୍ରୀନଲ୍ୟାଣ୍ଡର ଲୋକଙ୍କ ସହିତ ପୂର୍ଣ୍ଣ ଏକତାର ସହ ଛିଡ଼ା ହୋଇଛୁ। ନାଟୋର ସଦସ୍ୟ ଭାବରେ,ଆମେ ଏକ ସହଭାଗୀ ଟ୍ରାନ୍ସଆଟଲାଣ୍ଟିକ୍ ସ୍ୱାର୍ଥ ଭାବରେ ଆର୍କଟିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧ ଅଛୁ।"

ଗ୍ରୀନଲ୍ୟାଣ୍ଡ କବ୍ଜାକୁ ବିରୋଧ କରୁଥିବାରୁ ଟ୍ରମ୍ପ ଶନିବାର,ଡେନମାର୍କ,ନରୱେ,ସ୍ୱିଡେନ,ଫ୍ରାନ୍ସ,ଜର୍ମାନୀ,ୟୁକେ,ନେଦରଲ୍ୟାଣ୍ଡ ଏବଂ ଫିନଲ୍ୟାଣ୍ଡଉପରେ ୧୦ ପ୍ରତିଶତ ଶଳ୍କ ଲାଗୁ କରିଥିଲେ। ୧ ଫେବୃଆରୀ ୨୦୨୬ରୁ ଏହିସବୁ ରାଷ୍ଟ୍ରରୁ ହେଉଥିବା ଆମଦାନୀ ଉପରେ ୧୦%ଶୁଳ୍କ ଲାଗିବ ବୋଲି ଟ୍ରମ୍ପ କହିଥିଲେ।ସେ ଆହୁରି କହିଛନ୍ତି ଯେ,ଯଦି ଗ୍ରୀନଲ୍ୟାଣ୍ଡ ଉପରେ କୌଣସି ଚୁକ୍ତି ନହୁଏ,ତେବେ ୧ଜୁନ୍ ୨୦୨୬ ରୁ ଶୁଳ୍କ ୨୫ ପ୍ରତିଶତକୁ ବୃଦ୍ଧି ପାଇବ।

ଟ୍ରମ୍ପଙ୍କର ଏଭଳି ଆଭିମୁଖ୍ୟକୁ ୟୁରୋପୀୟ ଦେଶଗୁଡ଼ିକ ସମାଲୋଚନା କରିଛନ୍ତି। ୱାଶିଂଟନର ଟାରିଫ ଦେଶ ମଧ୍ୟରେ ଥିବା ଦୀର୍ଘଦିନର ମେଣ୍ଟ ସମ୍ପର୍କକୁ ଖରାପ କରିପାରେ ବୋଲି ମିଳିତ ବିବୃତ୍ତିରେ କୁହାଯାଇଛି। ଏହି ଘଟଣାକ୍ରମର ପ୍ରତିକ୍ରିୟା ଦେଇ ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗାହର ଷ୍ଟୋରେ ସମସ୍ତଙ୍କୁ ସଂଯମତା ରଖିବାକୁ ଅନୁରୋଧ କରିଛନ୍ତି ଏବଂ ବାଣିଜ୍ୟ ଉତ୍ତେଜନା ବୃଦ୍ଧି ବିରୁଦ୍ଧରେ ସତର୍କ କରାଇଛନ୍ତି।

ଷ୍ଟୋରେ କହିଛନ୍ତିମୁଁ ଭାବୁଛି ଆମେ ଏପରି ଏକ ବାଣିଜ୍ୟ ଯୁଦ୍ଧରୁ ସତର୍କ ରହିବା ଉଚିତ, ଯାହା ନିୟନ୍ତ୍ରଣ ବାହାରକୁ ଚାଲିଯିବ। ମୁଁ ଭାବୁନାହିଁ ଯେ ଏଥିରୁ କାହାର ଲାଭ ହେବ।ଟ୍ରାନ୍ସଆଟଲାଣ୍ଟିକ ସମ୍ପର୍କରେ ସୁଧାରଣ ଆଣିବା ପାଇଁ ଆଲୋଚନା ମାଧ୍ୟମରେ ଉଦ୍ୟମ ହେବା ଆବଶ୍ୟକ ବୋଲିନରୱେ ପ୍ରଧାନମନ୍ତ୍ରୀ କହିଛନ୍ତି।