ମହାରାଷ୍ଟ୍ରରେ ମହିଳାଙ୍କ ଯୋଜନାରେ ଲାଭ ଉଠାଉଥିଲେ ୧୪ ହଜାର ପୁରୁଷ, ମାସ ମାସ ଧରି ନେଉଥିଲେ ଟଙ୍କା

Published By : Prameya-News7 Bureau | July 28, 2025 IST

ମୁମ୍ଵାଇ ୨୮।୦୭: ମହାରାଷ୍ଟ୍ର ସରକାରଙ୍କ 'ଲଡକୀ ବେହେନ ଯୋଜନା' ମହିଳାଙ୍କ ପାଇଁ କରାଯାଇଥିଲା । ହେଲେ ଏହି ଯୋଜନାରେ ଲାଭ ଉଠାଉଥିଲେ ପୁରୁଷ । ମହିଳାଙ୍କ ଆର୍ଥିକ ସହାୟତା ପାଇଁ ସ୍ୱତନ୍ତ୍ର ଭାବରେ ଚାଲିଥିବା ଏହି ଯୋଜନାର ୧୪,୨୯୮ ଜଣ ପୁରୁଷ ଠକେଇର ସୁଯୋଗ ନେଇଥିଲେ। ସରକାରଙ୍କ ଦ୍ୱାରା କରାଯାଇଥିବା ଏକ ସାମ୍ପ୍ରତିକ ସମୀକ୍ଷାରେ ଏହା ପ୍ରକାଶ ପାଇଛି। ଯେଉଁଥିରେ ପ୍ରକାଶ ପାଇଛି ଯେ ଏହି ଠକେଇ ଯୋଗୁଁ ସରକାରୀ ରାଜକୋଷକୁ ୨୧.୪୪ କୋଟି ଟଙ୍କାର କ୍ଷତି ହୋଇଛି।

ଲଡକି ବେହେନ ଯୋଜନା ହେଉଛି ଏକ ମହିଳା କୈନ୍ଦ୍ରୀକ ଯୋଜନା। ଏହି ଯୋଜନା ଅଗଷ୍ଟ ୨୦୨୪ରେ ଆରମ୍ଭ କରାଯାଇଥିଲା, ଯାହାର ଲକ୍ଷ୍ୟ ୨୧ ରୁ ୬୫ ବର୍ଷ ବୟସର ରାଜ୍ୟର ଆର୍ଥିକ ଦୁର୍ବଳ ମହିଳାମାନଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା। ଏମାନେ ଯୋଜନାର ଯୋଜନାର ଟଙ୍କା ଉଠାଉନେଉଥିଲେ । ସରକାରଙ୍କ ଦ୍ୱାରା କରାଯାଇଥିବା ଏକ ସମୀକ୍ଷାରେ ଏହା ସତ ସାମ୍ନାକୁ ଆସିଛି। ଏହି ଯୋଜନା ଆରମ୍ଭ ହେବାର ପ୍ରାୟ ୧୦ ମାସ ପରେ ଏହି ଜାଲିଆତି ପଦାକୁ ଆସିଛି । ପୁରୁଷମାନେ ଏହି ଯୋଜନାର ହିତାଧିକାରୀ ହେବାର କୌଣସି କାରଣ ନାହିଁ । ସେମାନଙ୍କୁ ଦିଆଯାଇଥିବା ଟଙ୍କାକୁ ଆଦାୟ କରାଯିବ। ସହଯୋଗ ନକଲେ  ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି।

ଡିସେମ୍ଵର ୨୦୨୪ରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଏହି ଯୋଜନାର ବ୍ୟାପକ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ଜାନୁୟାରୀରେ ମହିଳା ଓଶିଶୁ ବିକାଶ ମନ୍ତ୍ରୀ ଆଦିତି ତଟକରେ ସଂଶୋଧନମୂଳକ ପଦକ୍ଷପ ନେବାକୁ ସାର୍ବଜନୀନ ଭାବେ ପ୍ରତିଶ୍ରୁତି ଦେଇଥିଲେ ଏବଂ ଫେବୃୟାରୀ ସୁଦ୍ଧା ୫ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ନାମ ବ୍ୟବସ୍ଥାରୁ ହଟାଇ ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.