ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ପ୍ରଦର୍ଶିତ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼, କର୍ତ୍ତବ୍ୟ ପଥରେ ବଖାଣିବ ରାଜ୍ୟର ଐତିହ୍ୟ

NEWS7
memorial-plaque-unveiled-at-russian-embassy-honoring-biju-patnaiks-heroic-role

ନୂଆଦିଲ୍ଲୀ/ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ପ୍ରଦର୍ଶିତ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିବ ଓଡ଼ିଶାର ଗୌରବମୟ ଐତିହ୍ୟ। ବିକଶିତ ଭାରତ ୨୦୪୭, କୋଣାର୍କ, ପଥର ଶିଳ୍ପୀ, ପଟ୍ଟଚିତ୍ର ଭଳି ଓଡ଼ିଶାର ଐତିହ୍ୟକୁ ନେଇ ତିଆରି ପ୍ରଜ୍ଞାପନ ମେଢ଼ ଏଥର ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ବଖାଣିବ ଓଡ଼ିଶାର ଗୌରବର ଗାଥା। ଏଥିପାଇଁ ଓଡ଼ିଶାର କଳାକୃତିକୁ ଆଧାର କରି ପ୍ରସ୍ତାବିତ ପ୍ରଜ୍ଞାପନ ମେଢ଼କୁ ମଞ୍ଜୁରୀ ମିଳିଛି। ଓଡ଼ିଶା ସମେତ ୧୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଭାରତ ସରକାରଙ୍କର ୧୩ଟି ମନ୍ତ୍ରଣାଳୟ ମଧ୍ୟ ସ୍ଥାନ ପାଇଛି।

ଏହା ପୂର୍ବରୁ ୨୦୨୪ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସ୍ଥାନିତ ହେବା ସହ ପ୍ରଥମ ସ୍ଥାନ ମଧ୍ୟ ଅକ୍ତିଆର କରିଥିଲା। ଏହି ପ୍ରଜ୍ଞାପନ ମେଢରେ ଓଡ଼ିଶାର କଳା, ସଂସ୍କୃତି ଓ ନାରୀ ସଶକ୍ତିକରଣର ଝଲକ ଦେଖିବାକୁ ମିଳିଥିଲା ।

ହେଲେ ୨୦୨୫ର ସାଧାରଣତନ୍ତ୍ର ଦିବସରେ କିନ୍ତୁ ଓଡ଼ିଶାର ପ୍ରଜ୍ଞାପନ ମେଢକୁ ସ୍ଥାନ ପାଇପାରିପାରିନଥିଲା। ଓଡ଼ିଶା ପକ୍ଷରୁ ଦିଆଯାଇଥିବା ମଡେଲକୁ କେନ୍ଦ୍ର ପକ୍ଷରୁ ଖାରଜ ହୋଇଥିଲା। ଏହି ମଡେଲରେ ଓଡ଼ିଶାର ମାଣିଆବନ୍ଧ ଶାଢ଼ି, ହସ୍ତଶିଳ୍ପ ଓ ମନ୍ଦିରମାଳିନୀ ଭୁବନେଶ୍ବର ମଡେଲ ପ୍ରସ୍ତୁତ କରାଯାଇଥିଲା।