ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାରେ ଅଭିଯୁକ୍ତ ମେହୁଲ ଚୋକ୍ସିଙ୍କୁ ଝଟକା । ବେଲଜିୟମ କୋର୍ଟ ହିରା ବ୍ୟବସାୟୀଙ୍କ ଜାମିନ୍ ଆବେଦନକୁ ଖାରଜ କରିଛନ୍ତି । ତିନି ଜଣିଆ ଖଣ୍ଡପୀଠ ଜାମିନ୍ ଆବେଦନକୁ ବିସ୍ତାରରେ ପଢ଼ିବା ପରେ ଏହାକୁ ଖାରଜ କରିଛନ୍ତି ।
ଅଦାଲତ ଶୁଣାଣି ବେଳେ କ’ଣ କହିଲେ ?
ପଳାତକ ହିରା ବେପାରୀ ମେହୁଲ ଚୋକ୍ସଙ୍କ ପକ୍ଷରୁ ବେଲଜିୟମ କୋର୍ଟରେ ଜାମନ୍ ପାଇଁ ଏକ ଆବେଦନ ଦାୟର ହୋଇଥିଲା । ଏଥିରେ ଉଲ୍ଲେଖ ଥିଲା, ଜେଲ୍ରେ ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ରହୁଛି, ତେଣୁ ସେ ପରିବାର ସହିତ ରହିବାକୁ ଚାହୁଁଛନ୍ତି । ଏଥିପାଇଁ କୋର୍ଟଙ୍କ କୌଣସି ସର୍ତ୍ତକୁ ବି ମାନିବାକୁ ପ୍ରସ୍ତୁତ ଅଛନ୍ତି । ଏପରିକି ଗୋଡ଼ରେ ଜିପିଏସ୍ ଲାଗିଥିବା ଲୁହା ବେଡ଼ି ପକାଇବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ମାତ୍ର ବେଲଜିୟମ୍ ଅଦାଲତ ଆବେଦନକୁ ସ୍ବିକାର କରିନଥିଲେ । ମେହୁଲ ଚୋକ୍ସିଙ୍କ ଯାଚିକାକୁ ବିସ୍ତାରରେ ପଢ଼ିବା ପରେ ଜାମିନ୍ ଆବେଦନକୁ ଖାରଜ କରିଛନ୍ତି ।
ମୋହୁଲ ଚୋକ୍ସିଙ୍କୁ ୨୦୨୫ ଏପ୍ରିଲ୍ ୧୨ ତାରିଖ ଅର୍ଥାତ୍ ଶନିବାର ଦିନ ଗିରଫ କରାଯାଇଥିଲା । ତାଙ୍କୁ ପୋଲିସ ହେପାଜତରେ ରଖାଯାଇଛି । ସେପଟେ ଭାରତ ସରକାର ହୀରା ବ୍ୟବସାୟୀକୁ ଭାରତ ପ୍ରତ୍ୟର୍ପଣ ପାଇଁ ଔପଚାରିକ ଭାବେ ଅନୁରୋଧ କରିଛନ୍ତି ବୋଲି ବେଜଜିୟମର ଫେଡେରାଲ୍ ପବ୍ଲିକ୍ ସର୍ଭିସ୍ ଅଫ୍ ଜଷ୍ଟିସ୍ ସ୍ପଷ୍ଟ କରିଛନ୍ତି ।