ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ବୈଠକ ଶେଷ, ବିଧି ଅନୁସାରେ ରଥଯାତ୍ରା କରିବାକୁ ପରାମର୍ଶ

Published By : Prameya-News7 Bureau | March 20, 2025 IST

ଭୁବନେଶ୍ୱର: ଇସ୍କନ ଦ୍ୱାରା ଅଦିନିଆ ରଥଯାତ୍ରା ଆୟୋଜନ ଉପରେ ଭୁବନେଶ୍ୱରରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚ୍ୟ ବିଷୟ ଉପରେ ସାମ୍ୱାଦିକଙ୍କୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, 'ଜଗନ୍ନାଥ ସଂସ୍କୃତିର ଉଲ୍ଲଂଘନ ନ କରିବାକୁ ବୈଠକରେ ନିବେଦନ କରାଯାଇଛି । ବିଧି ଅନୁସାରେ ରଥଯାତ୍ରା କରିବାକୁ କୁହାଯାଇଛି । ସନାତନ ଧର୍ମ ଅନୁସାରେ ନୀତିକାନ୍ତି ପାଳନ କରିବା ପାଇଁ ଅନୁରୋଧ କରାଯାଇଛି । ଏହାସହ ଆମର ଦାବିକୁ ଉପଯୁକ୍ତ ଫୋରମରେ ଉଠାଇବା ପାଇଁ ଇସ୍କନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି ।'


ଇସ୍କନ ତରଫରୁ ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ରାଜ୍ୟ ଅତିଥି ଭବନରେ ବୈଠକ ବସିଥିଲା । ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସହ ଅନ୍ୟମାନେ ଉପସ୍ଥିତି ରହିଥିଲେ । ଅନ୍ୟପଟେ ବିଦେଶରୁ ଇସ୍କନ ପକ୍ଷରୁ ମୁକୁନ୍ଦାଦାସ ମହାରାଜଙ୍କ ସମେତ ଅନ୍ୟ କର୍ତ୍ତୃପକ୍ଷ ଏହି ବୈଠକରେ ସାମିଲ ହୋଇ ନିଜର ମତ ରଖିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.