ଭୁବନେଶ୍ବର ୧୧।୬: ଯାଜପୁରରେ ଡାଇରିଆ ବ୍ୟାପିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ସଚିବ ଅଶ୍ଵଥି ଏସ୍ । ସେ କହିଛନ୍ତି, ଡାଇରିଆ ନେଇ ଯାଜପୁରରୁ ରିପୋର୍ଟ ଆସିଛି । ସୂଚନା ପାଇବା ପରେ ଘଟଣାସ୍ଥଳକୁ ଟିମ୍ ପଠାଯାଇଛି । ଟିମ୍ ପହଞ୍ଚି ସାରିଛି । ଏହି ଟିମ୍ରେ ଡାକ୍ତର, ମାଇକ୍ରୋ ବାୟୋଲୋଜିଷ୍ଟି, ଖାଦ୍ୟ ନିରାପତ୍ତା ଅଧିକାରୀ ପହଞ୍ଚି କାରଣ ଖୋଜୁଛନ୍ତି । କାହିଁକି ବ୍ୟାପିଲା ଅନୁଧ୍ୟାନ କରୁଛନ୍ତି । ଲୋକଙ୍କ ଚିକିତ୍ସା ପାଇଁ ଅତିରିକ୍ତ ମେଡିକାଲ ଟିମ୍ ପଠାଯାଇଛି । ଜିଲ୍ଲା ଭିତରେ ମଧ୍ୟ ମେଡିକାଲ ଟିମ୍ ଓ ମେଡ଼ିସିନ ପଠାଯାଇଛି । ଏହା ବ୍ୟତୀତ SCBରୁ ଗୋଟିଏ ଅତିରିକ୍ତ ଟିମ୍ ଏବେ ଯାଉଛି । ମେଡିକାଲ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଉଛି । ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶ ସବୁ ମନିଟରିଂ କରୁଛନ୍ତି । ଆଶା କରୁଛୁ ଚିକିତ୍ସିତ ହେଉଥିବା ସବୁ ରୋଗୀଙ୍କୁ ଭଲ ସେବା ଦିଆଯିବ । ଏହା ବ୍ୟତୀତ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସହିତ ଆଲୋଚନା କରିଛୁ । ସମସ୍ତ ପାନୀୟ ଜଳ ଉତ୍ସକୁ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାଜପୁର ଜିଲ୍ଲାପାଳ ମଧ୍ୟ ପରିଚାଳନା କରୁଛନ୍ତି । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ । ଯାଇଥିବା ଟିମ୍ ରିପୋର୍ଟ ଦେବା ପରେ ମୃତାହତ ସଂଖ୍ୟା ଜଣାପଡିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।
You Can Read:
ପ୍ରଧାନମନ୍ତ୍ରୀଙ୍କ ଫୋକସ୍ରେ ଓଡ଼ିଶା, ୭ ମାସରେ ୫ଥର ଓଡ଼ିଶା ଆସି ସାରିଛନ୍ତି ମୋଦି