ରାୟଗଡ଼ାରେ ମେଧା ପାଟେକର ଅଟକ, ଜନ ସମାବେଶରେ ହୋଇଥାନ୍ତେ ସାମିଲ

Published By : Prameya-News7 Bureau | June 05, 2025 IST

ରାୟଗଡ଼ା ୦୫।୦୬ : ରାୟଗଡ଼ାରେ ମେଧା ପାଟେକର ଅଟକ । ବିଶିଷ୍ଟ ପରିବେଶବିତ୍‌ ମେଧା ପାଟେକରଙ୍କୁ ରାୟଗଡ଼ା ପୋଲିସ ପକ୍ଷରୁ ଅଟକ ରଖାଯାଇଛି । ଅଜ୍ଞାତ ସ୍ଥାନରେ ରଖି ବୁଝାସୁଝା କରୁଛି ପୋଲିସ।

ଖବର ଅନୁଯାୟୀ, ରାୟଗଡ଼ା କାଶୀପୁର ବ୍ଲକ ସୁଙ୍ଗେର ହାଟପଦାରେ ପାଳନ ହେବାକୁ ଥିଲା ବିଶ୍ୱ ପରିବେଶ ଦିବସ । ସିଜିମାଳି ଖଣି ଖନନକୁ ବିରୋଧ କରି ଆୟୋଜନ ହେବାକୁ ଥିଲା ସମାବେଶ । ଏଥିରେ ଯୋଗ ଦେଇଥାନ୍ତେ ବିଶିଷ୍ଟ ପରିବେଶବିତ୍‌ ମେଧା ପାଟେକର ।ହେଲେ ଏହାପୂର୍ବରୁ ପରିବେଶବିତ୍‌ ମେଧା ପାଟେକରଙ୍କୁ ଅଟକ ରଖିଛି ପୋଲିସ । ମେଧା ପାଟେକରକୁ ଅଜ୍ଞାନ ସ୍ଥାନରେ ରଖି ବୁଝାସୁଝା କରୁଛି ପୋଲିସ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.