ପାସେଞ୍ଜର ଟ୍ରେନ୍ ବଗିରେ ଯାନ୍ତ୍ରିକ ତ୍ରୁଟି, ଦୀର୍ଘ ସମୟ ଧରି ଅଟକିଲା ଟ୍ରେନ୍

Published By : Prameya-News7 Bureau | July 17, 2025 IST

କଣ୍ଟାବାଞ୍ଜି ୧୭।୭: ପାସେଞ୍ଜର ଟ୍ରେନ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୀର୍ଘ ସମୟ ଧରି କଣ୍ଟାବାଞ୍ଜି ଷ୍ଟେସନରେ ଟ୍ରେନ୍ ଅଟକି ରହିଥିଲା ।ରାୟପୁର-ବିଶାଖପାଟଣା ପେସେଞ୍ଜର ଟ୍ରେନର ପଛ ବଗିର ଚକରେ ଯାନ୍ତ୍ରିକ ତ୍ରୁଟି ହୋଇଥିବା ଜଣାପଡିବା ପରେ କଣ୍ଟାବାଞ୍ଜି ଷ୍ଟେସନରେ ଦୀର୍ଘ ସମୟ ଧରି ଟ୍ରେନ୍‌ ଅଟକି ରହିଥିଲା । କଣ୍ଟାବାଞ୍ଜି ଷ୍ଟେସନକୁ ପାସେଞ୍ଜର ଟ୍ରେନ୍ ୧୧.୧୫ ମିନିଟରେ ପହଞ୍ଚିଥିଲା । ଟ୍ରେନ୍‌ଟି ଦୀର୍ଘ ସମୟ ଧରି ଅଟକି ରହିଥିଲା । ରେଳ କର୍ମଚାରୀ ଯାନ୍ତ୍ରିକ ତ୍ରୁଟି ରହିଥିବା ପଛ ବଗିକୁ ଟ୍ରେନ୍‌ରୁ ଅଲଗା କରିବା ପରେ ଟ୍ରେନ୍‌ଟି ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିବା ଜଣାପଡିଛି ।

You Can Read:

ପୋଲ ଉପରେ ସାଇକେଲ ରଖି ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.