Live Live
LIVE

ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍ : ଦୁଇ ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

NEWS7
mdm-rice-theft-alligation-in-koraput

ରାଉରକେଲା ୯।୩: ଭାରସାମ୍ୟ ହରାଇଲା ବାଇକ୍ । ଟ୍ରକ୍ ପଛରେ ଦେଲା ଧକ୍କା । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ୧୪୩ ନମ୍ୱର ଜାତୀୟ ରାଜପଥରେ ଘଟିଛି ଏଭଳି ଦୁର୍ଘଟଣା । ଗୁରୁତରଙ୍କୁ ରାଉରକେଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଏ ଖବର ବି ପଢ଼ନ୍ତୁ:- କଣ୍ଟେନର ସହ ଧକ୍କା ହୋଇ ପସିଗଲା ବାଇକ୍, ଜଳିଗଲା ଉଭୟ ଗାଡ଼ି : ୩ ଆରୋହୀଙ୍କ ମୃତ୍ୟୁ

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ୧୪୩ ନମ୍ୱର ଜାତୀୟ ରାଜପଥରେ ସୋମବାର ପୂର୍ବାହ୍ନରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ୍‌ରେ ବସିଥିବା ଅନ୍ୟ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ରାଉରକେଲା ସ୍ଥାନାନ୍ତର କରାଯାଇଛି । ଲହୁଣୀପଡ଼ା ଥାନା ଗୌଡୁଣିପୋଷ ଛକ ନିକଟରେ ବାଇକ୍ ଆରୋହୀ ଭାରସାମ୍ୟ ହରାଇ ଏକ ଟ୍ରକ୍ ପଛରେ ଧକ୍କା ଦେବା ପରେ ଜଣେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଦୁଇ ମୃତକଙ୍କ ମଧ୍ୟରୁ ଜଣେ ଚାନ୍ଦିପୋଷ ଥାନା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ମୃତକ କେ.ବଲାଙ୍ଗ ଥାନା ଅଞ୍ଚଳର । ଦୁର୍ଘଟଣାରେ ଗୁରୁତର ଯୁବକ ଚାନ୍ଦିପୋଷ ଥାନା ମୁଣ୍ଡାସାହିର ଦାମୁ ମୁଣ୍ଡା । ଲହୁଣୀପଡା ଥାନା ପୋଲିସ ଦୁଇ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ପଠାଇ ଦେଇଥିବା ବେଳେ ବାଇକ୍ ପିଟିହୋଇଥିବା ଟ୍ରକ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି ।